Latest Odisha News

BREAKING NEWS

ସରିଲା ମନ୍ତ୍ରୀ ପରିଷଦର ବୈଠକ, ନବୀନ ଦେଲେ ମହାମନ୍ତ୍ର

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ଏକ ସଫଳ ସରକାର ଲାଗି ନିଜ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେବା ସହ ନବୀନ ୫ଟି ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜାଣନ୍ତୁ-

  • ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ଜାଣିବା ଲାଗି ଆପଣମାନେ ବିଭିନ୍ନ ଅଞ୍ଚଳକୁ ଗସ୍ତ କରନ୍ତୁ ।
  • ନିଜ ବିଭାଗର ବିଭିନ୍ନ ଅଫିସ୍ ତଥା ଅନୁଷ୍ଠାନ ଗୁଡିକୁ ଅଚାନକ ପରିଦର୍ଶନ କରନ୍ତୁ । ଯାହା ଫଳରେ ସରକାରୀ ସେବା ପ୍ରଦାନ ତ୍ୱରାନ୍ୱିତ ହେବ ।
  • ଏହି ଗସ୍ତ ସମୟରେ ଲୋକମାନଙ୍କ ସହ ଭେଟ କରି ସେମାନଙ୍କର ସମସ୍ୟା ସମ୍ପର୍କରେ ବୁଝନ୍ତୁ । ଆହୁରି ମଧ୍ୟ ସରକାରୀ ସେବା ସମ୍ବନ୍ଧରେ ହିତାଧିକାରୀଙ୍କ ଠାରୁ ମତାମତ ସଂଗ୍ରହ କରନ୍ତୁ ।
  • ପରିବର୍ତ୍ତନ ଲାଗି 5 T (ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫର୍ମେସନ୍ ଓ ଟାଇମ୍) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିଲାଗି ବ୍ୟକ୍ତିଗତ ଭାବେ ଆପଣମାନଙ୍କୁ ଦୃଷ୍ଟି ଦେବାକୁ ପଡିବ ।
  • ସ୍ୱଚ୍ଛତା ଓ ଦକ୍ଷତା ଲାଗି କମ୍ପ୍ୟୁଟାରାଇଜେସନ୍ ଜରୁରୀ । ତେଣୁ ଆପଣଙ୍କୁ ବିଭାଗର ଶତପ୍ରତିଶତ କାମ ଯେପରି ଓଏସଡବ୍ଲ୍ୟୁଏଏସ୍ ଜରିଆରେ କରାଯିବ, ସେଥିପ୍ରତି ଆପଣମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ ।
Leave A Reply

Your email address will not be published.