Latest Odisha News

BREAKING NEWS

ଡ଼ିଜେଲ୍ ଦର ବୃଦ୍ଧି ଘଟିବା ସହିତ ଓଡ଼ିଶାରେ ବଢିଲା ବସ୍ ଭଡ଼ା

ଭୁବନେଶ୍ୱର: ଯାନବାହନର ଇନ୍ଧନ ଡ଼ିଜେଲ୍ ଦର ବୃଦ୍ଧି ଘଟିବା ସହିତ ଓଡ଼ିଶାରେ ବୃଦ୍ଧି ପାଇଛି ବସ୍ ଭଡ଼ା । ଏହି ବସ୍ ଭଡ଼ା ବୃଦ୍ଧି ନେଇ ଆଜି ସଂପୃକ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ରାଜ୍ୟରେ ଅର୍ଡ଼ିନାରୀ ବସ୍ ଭଡ଼ା ୬୯ ପଇସା ବୃଦ୍ଧି ଘଟିଛି । ପୂର୍ବରୁ ଏହି ଅର୍ଡ଼ିନାରୀ ବସ୍ ଭଡ଼ା କିଲୋମିଟର ପିଛା ରହିଥିଲା ୬୮ ପଇସା ।

ଏକ୍ସପ୍ରେସ ବସଭଡ଼ା ପୂର୍ବରୁ ୭୧ ପଇସା ରହିଥିବା ବେଳେ ଏବେ ୧ ପଇସା ବୃଦ୍ଧି ଘଟି ଏହା ୭୨ ପଇସାରେ ପହଞ୍ଚିଛି । ସେହିପରି ଡ଼ିଲକ୍ସ ବସ୍ ଭଡ଼ା ପୂର୍ବରୁ ୯୭ ପଇସା ରହିଥିବା ବେଳେ ୨ ପଇସା ବୃଦ୍ଧି ଘଟି ଏହା ୯୯ ପଇସାରେ ପହଞ୍ଚିଛି ।

ତେବେ ଶୀତତାପ ନିୟନ୍ତ୍ରୀତ ଏ/ସି ଡ଼ିଲକ୍ସ ବସ୍ ଭଡ଼ା ପୂର୍ବରୁ ୧ ଟଙ୍କା ୧୯ ପଇସା ରହିଥିବା ବେଳେ ଏବେ ଏହା ବୃଦ୍ଧି ଘଟି ୧ଟଙ୍କା ୨୧ ପଇସାରେ ପହଞ୍ଚିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଗତସପ୍ତାହରେ ଦେଶରେ ଇନ୍ଧନର ଦର ବୃଦ୍ଧି ହେବା ସହିତ ପେଟ୍ରୋଲ ଓ ଡ଼ିଜେଲ ତୈଳଦରର ମଧ୍ୟ ବୃଦ୍ଧି ଘଟିଥିଲା ।

Leave A Reply

Your email address will not be published.