Latest Odisha News

BREAKING NEWS

ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ’ଣ କହିଲେ, ଜାଣନ୍ତୁ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଜନସାଧାରଣ ଯଥାଶିଘ୍ର ସେମାନଙ୍କର ନିର୍ବାଚିତ ପ୍ରତିନିଧୀଙ୍କୁ ପାଇପାରିବେ ବୋଲି ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଜାତି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଧାରା ୩୭୦ ହଟିଯିବା ପରେ ରାଜ୍ୟର ସାମଗ୍ରିକ ବିକାଶ ନିଶ୍ଚିତ ଭାବେ ହେବ ତଥା ଏଠାରେ ସବୁବର୍ଗର ଜନସାଧାରଣ ବିଶେଷଭାବେ ଉପକୃତ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ତାଙ୍କର ଦୀର୍ଘ ୩୮ ମିନିଟ ଧରି ଅଭିଭାଷଣରେ କହିଛନ୍ତି, ସବୁଦିନ ଲାଗି ଏବେ ଜମ୍ମୁ ଓ କାଶ୍ମୀର କେନ୍ଦ୍ରୀୟ ପ୍ରଶାସନ ତତ୍ତ୍ୱାବଧାନରେ ଉପକୃତ ହୋଇପାରିବ ଯାହାକି ଏକ ସୁନ୍ଦର ନିଷ୍ପତ୍ତି । ଯେବେଠାରୁ ରାଜ୍ୟପାଳଙ୍କ ଶାସନ ଲାଗୁ ହୋଇଛି ସେବେଠାରୁ ରାଜ୍ୟ ପ୍ରଶାସନ କେନ୍ଦ୍ର ସହିତ ସିଧାସଳଖ ଯୋଗାଯୋଗରେ ରହି ଉପକୃତ ହେବାରେ ଲାଗିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର କିଛି ମୁଖ୍ୟାଂଶ:

• ଧାରା ୩୭୦ ଯୋଗୁଁ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଆପରାଧିକ କାର୍ଯ୍ୟକଳାପ ତଥା ପ୍ରଚୁର ଦୁର୍ନୀତି ବୃଦ୍ଧି ପାଇ ଚାଲିଥିଲା । ଏହିପରି କିଛି ଧାରାକୁ ପାକିସ୍ତାନ ତା’ର ପ୍ରମୁଖ ଅସ୍ତ୍ର ଭାବେ ଉପଯୋଗ କରୁଥିଲା । ବିଗତ ୩୦ ବର୍ଷ ମଧ୍ୟରେ ଆତଙ୍କବାଦ ଯୋଗୁଁ ପ୍ରାୟ ୪୨,୦୦୦ ହଜାର ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ।

• ଧାରା ୩୭୦ ଉଚ୍ଛେଦ ହେବାପରେ ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ହେବ ତଥା ଯୁବବର୍ଗ ନୂତନ ଆଶା ଓ ଆକାଂକ୍ଷା ପୂରଣ କରି ନିଜର ସ୍ୱପ୍ନକୁ ସାକାର କରିପାରିବେ ।

• ସମଗ୍ର ଦେଶ ପାଉଥିବା ସାମାଜିକ ତଥା ଅର୍ଥନୈତିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ ଏହିହ ଅଞ୍ଚଳର ଅଧିବାସୀ । ଏବେ ଅନ୍ୟ ଅଞ୍ଚଳ ପରି ଏହାର ଜନସାଧାରଣ ସମସ୍ତ ସୁବିଧା ସୁଯୋଗର ଉପଯୋଗ କରିପାରିବେ ।

• ଏବେ ଏଠାରେ ଘରୋଇ ଉଦ୍ୟେଗୀକରଣ ତଥା ପବ୍ଲିକ ସେକ୍ଟର ଉଦ୍ୟୋଗୀମାନେ ଏଠାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ, ଏହାଫଳରେ ଏହି ଅଞ୍ଚଳର ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ।

• ଅନ୍ୟ କେନ୍ଦ୍ରଶ।।ସିତ ଅଞ୍ଚଳର ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଚାକିରୀ କ୍ଷେତ୍ରରେ ହାସଲ କରିପାରୁଛନ୍ତି ଏବେ ଏଠାରେ ମଧ୍ୟ ସେହି ସୁବିଧା ପାଇପାରିବେ ସମସ୍ତ କର୍ମଚାରୀ ।

• ଏବେ ଜମ୍ମୁ ଓ କାଶ୍ମୀରରେ ସେନାରେ ଭର୍ତ୍ତି ଲାଗି ମଧ୍ୟ ଅଗ୍ରାଧିକାର ଦିଆଯାଇପାରିବ ।

• ଏବେ ରାଜ୍ୟରେ ନୂଆ ଆଇଆଇଟି, ଆଇଆଇଏମ ଏବଂ ଏଆଇଆଇଏମଏସ ପ୍ରତିଷ୍ଠା ହେବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ।

Leave A Reply

Your email address will not be published.