ରାଶି ଫଳ
ତା ୦୯-୦୮-୨୦୧୯ ଶୁକ୍ରବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ
ତା ୦୯ ରିଖ ଶୁକ୍ରବାର କର୍କଟ ୨୪ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର
ଘାତ ବାର-: ବିଛା ଧନୁ ମୀନ ରାଶିର ଘାତ ଚନ୍ଦ୍ର:-ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର
ଆଜି: ଲାଭ ଓ କଳମ୍ବି ଶାଗ ଖାଇବା ନିଷେଧ
ମେଷ
ଯଗି ରଖି ଚଳନ୍ତୁ ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ମହିଳାମାନେ ସମାଲୋଚିତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ ।
ବୃଷ
ଆଜି ଆପଣଙ୍କୁ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ଦୂର ଯାତ୍ରା କରିପାରନ୍ତି ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।
ମିଥୁନ
ଆଜି ସୁଖ ଶାନ୍ତି ବିରାଜମାନ କରିବ ।କୋଟ କଚେରୀ ବିଚାର ଧୀନ ନ୍ଯାୟ ଆପଣଙ୍କ ସପକ୍ଷରେ ମିଳିବ ।ବ୍ଯବସାୟରେ ଆଯ ବୃଦ୍ଧି ଘଟିବ ।ପିତା ମାତା ଗୁରୁଜନମାନଙ୍କ ଆଶ୍ରିର୍ବାଦ ପ୍ରାପ୍ତ ହେବେ ।
କର୍କଟ
ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରୁହନ୍ତୁ ।ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଖା ଦେଇପାରେ ।ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।
ସିଂହ
ଶାରୀରିକ ପୀଡା ଓ ମାନସିକ ଦୁଶ୍ଚିନ୍ତା ଦେଖା ଦେବ ।ସାଂସାରିକ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ବ୍ଯବସାୟରେ ଦ୍ରବ୍ୟ ନଷ୍ଟ ବା ଚୋରୀ ହୋଇପାରେ ।ମହିଳାମାନେ ଆଶା କରୁଥିବା ଦିଗରୁ ନିରାଶ ହେବେ ।
କନ୍ୟା
ଦେହ ମନ ସୁସ୍ଥ ରହିବ ।ପାରିବାରିକ ଜୀବନ ସୁଖମୟ ହେବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।ନିର୍ମାଣଧୀନନ ର୍କାର୍ଯ୍ଯ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ବିଦ୍ଯାର୍ଥୀମାନେ କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ ।
ତୁଳା
ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖାଦେବ ।ପିଲାମାନଙ୍କ କଥାବାର୍ତ୍ତାକୁ ନେଇ ଚିନ୍ତିତ ହେବେ ।
ବିଛା
ଧନ ମାନ ସମ୍ମାନର ଅଧିକାରୀ ହେବେ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ଅନୁଗ୍ରହ ଲାଭ କରିବେ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ମହିଳାମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ହେବ ।
ଧନୁ
ଘରୋଇ କଳହ ଦେଖା ଦେବ ।ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ପରିବାରରେ ମତପାର୍ଥକ୍ଯ ଦେଖା ଦେବ ।ବ୍ଯବସାୟରେ ଦ୍ରବ୍ୟ ନଷ୍ଟ ହୋଇପାରେ ।ମହିଳାମାନେ ସମାଲୋଚିତ ହେବେ। ମକର
ଦୁସାହାସିକ ପଦକ୍ଷେପ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଯୋଜନା ଅନୁଯାୟୀ କର୍ମ କରି ସଫଳତା ପାଇବେ ।ସାଂସାରିକ ଜୀବନ ସୁଖମୟ ହେବ ।ବନ୍ଧୁ ଦର୍ଶନର ଯୋଗ ରହିଛି ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।
କୁମ୍ଭ
ଆଜି ଆପଣଙ୍କୁ ସୁଖ ଶାନ୍ତି ମିଳିବ ।କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ଯାଦା ବୃଦ୍ଧି ପାଇବ ।ଦୀର୍ଘ ଦିନର ସ୍ବପ୍ନ ସାକାର ହେବ ।ପରିବାରରେ ସ୍ନେହ ସମ୍ପର୍କ ବୃଦ୍ଧି ପାଇବ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁ ନେଇ ଆନନ୍ଦିତ ହେବେ ।
ମୀନ
ନିଜର ଉପସ୍ଥିତ ବୁଦ୍ଧି ବଳରେ ବିପଦ ମୁକ୍ତ ହେବେ ।ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ଯାନବାହନ ଚଳାଇବାବେଳେ ସତର୍କତା ଅବଲମ୍ବନ କରନ୍ତୁ ।