Latest Odisha News

୧୪ ଦିନିଆ ଲକଡାଉନ୍‌ରେ କ’ଣ ଖୋଲା ରହିବ କ’ଣ ବନ୍ଦ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ବଢ଼ିଚାଲିଛି ମାହାମାରୀ କରୋନା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ୪ ଜିଲ୍ଲା । ଖୋର୍ଦ୍ଧା, କଟକ, ଗଂଜାମ, ଯାଜପୁର ସମତେ ରାଉରକେଲା ମୁନିସିପାଲଟି କର୍ପୋରେସନ୍‌କୁ ୧୪ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ରୀ ଯାଏଁ ଏହି ଲକ୍‌ଡାଉନ୍ ଜାରି ରହିବ । ତେବେ ଏହି କଟକଣା ସମୟରେ କ’ଣ ଖୋଲା ରହିବ କ’ଣ ବନ୍ଦ ଆସନ୍ତୁ ଜାଣିବ ।

ଏହି ସବୁ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ପରିବା, କ୍ଷୀର ଦୋକାନ ଆଦି ଖୋଲାରହିବ । ଅନ୍ୟ ଦୋକାନ ବଜାର ସପିଂ ମଲ୍, ଅଫିସ, ଅନୁଷ୍ଠାନ ସବୁ ବନ୍ଦ ରହିବ । କେବଳ କେନ୍ଦ୍ର ସରକାରଙ୍କ ଡିଫେନ୍ସ, ରାଜ୍ୟ ସରକାରଙ୍କ ସିଏଜି, ଟ୍ରେଜେଜୀ ଆଦି ଖୋଲା ରହିବ । ପୋଷ୍ଟ ଅଫିସ୍, ଏନଆଇସି, ଆଇଏମଡି, ଜିଏସଟିଏନ, ଟେଲିକମ୍ ଅଫିସ୍, ଆରବିଆଇର ଅଫିସ, ଏଟିଏମ ଆଦି ଖୋଲା ରହିବ । ତେବେ ଜୋମାଟୋ, ସ୍ୱିଗି, ଚିଲିକା ଫ୍ରେସର ହୋମ୍ ଡେଲିଭରୀ ପୂର୍ବଭଳି ଚାଲିବ ।

ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ୍ ଆଦି ଖୋଲା ରହିବ । ସେହିପରି ଇ-କମର୍ସ ମଧ୍ୟ ଜାରି ରହିବ । ସେହିପରି କ୍ଲିନିକ୍, ନର୍ସିଂ ହୋମ୍, ଆମ୍ବୁଲାନ୍ସ, ମେଡିକାଲ, ଓ୍ୱାଟର ସପ୍ଲାଇ, ସାନିଟେଜସନ୍ ଆଦି ଖୋଲା ରହିବ । ସେହିପରି ପରିବହନ କ୍ଷେତ୍ରରେ ଜାତୀୟ ରାଜପଥରେ ଆବଶ୍ୟକୀୟ ପାସ୍ ଥିଲେ କିମ୍ବା ଜରୁରୀ କାଳୀନ କ୍ଷେତ୍ରରେ ହିଁ ଗାଡି ଚାଲିବ ।

Leave A Reply

Your email address will not be published.