Latest Odisha News

BREAKING NEWS

ଗଙ୍ଗା ଜଳରେ କାହିଁକି ଭସାଇ ଦିଆଯାଏ ମୃତ ବ୍ୟକ୍ତିର ଭସ୍ମ, ଜାଣନ୍ତୁ..

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଶରୀରକୁ ନିଆଁରେ ପୋଡି ଦିଆଯାଏ । ଶରୀର ପୋଡି ପାଉଁଶ ହୋଇଗଲା ପରେ ଏହାର ଭସ୍ମକୁ ଗଙ୍ଗା ଜଳରେ ଭସାଇ ଦିଆଯାଏ । ତେବେ କ’ଣ ଆପଣ କେବେ ଭାବିଛନ୍ତି କାହିଁକି ଏପରି ଭସ୍ମକୁ ପାଣିରେ ଭସାଇ ଦିଆଯାଏ । କଣ ରହିଛି ଏହା ପଛରେ କାରଣ, ଜାଣନ୍ତୁ…

ଏହି ଭସ୍ମକୁ ନଦୀରେ ଭସାଇଦିଆଯିବାର ଉଭୟ​‌ ବୈଜ୍ଞାନିକ ଏବଂ ଧାର୍ମିକ କାରଣ ରହିଛି।

ଧାର୍ମିକ କାରଣ:

କଚ୍ଛପ ପୁରାଣ ଅନୁସାରେ ଯଦି ମୃତ ବ୍ୟକ୍ତିଙ୍କ ଭସ୍ମ ଗଙ୍ଗାରେ ପ୍ରବାହିତ କରାଯାଏ ତେବେ ସେହି ବ୍ୟକ୍ତିର ଆତ୍ମା ସମସ୍ତ ପାପରୁ ମୁକ୍ତ ହୋଇଯାଇଥାଏ।

କାରଣ ଶାସ୍ତ୍ର ଅନୁଯାୟୀ ସମସ୍ତ ନଦୀ ପବିତ୍ର ହୋଇଥାନ୍ତି ଏବଂ ଗଙ୍ଗା ନଦୀ ସବୁଠୁ ପବିତ୍ର ନଦୀ। ଯେ ଯାଏଁ ସେହି ବ୍ୟକ୍ତିର ଭସ୍ମ ଗଙ୍ଗାରେ ପ୍ରବାହିତ ହେଉଥାଏ ସେହି ସମୟ ଯାଏଁ ସେ ସ୍ବର୍ଗୀୟ ସୁଖ ଲାଭ କରିଥାଏ । ଏହା ପରେ ସେ ମୁକ୍ତ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି ।

ବୈଜ୍ଞାନିକ କାରଣ:

ହିନ୍ଦୁ ଧର୍ମର ପ୍ରତ୍ୟେକ କର୍ମକାଣ୍ଡ ପଛରେ ଲୁକ୍କାୟିତ ଭାବରେ କୈାଣସି ନା କୈାଣସି ବୈଜ୍ଞାନିକ କାରଣ ରହିଥାଏ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ମୃତ ଶରୀରର ଭସ୍ମକୁ ନଦୀ ସ୍ରୋତରେ ଭସାଇବା ଉଚିତ। କାରଣ ଭାରତ ଏକ କୃଷି ପ୍ରଧାନ ରାଷ୍ଟ୍ର ହୋଇଥିବା ବେଳେ ଆମ ଦେଶର କୃଷି ବ୍ୟବସ୍ଥା ନଦୀ ଉପରେ ନିର୍ଭର କରିଥାଏ।

ନଦୀର ଜଳ କ୍ଷେତରେ ସିଞ୍ଚନର କାମ କରିଥାଏ। ମୃତ ବ୍ୟକ୍ତିଙ୍କ ଶରୀରର ଭସ୍ମ ଜଳରେ ପ୍ରବାହିତ କରାଯାଉଥିବାବେଳେ ଭସ୍ମ ସହ ଅନ୍ୟ ତତ୍ତ୍ବ ମଧ୍ୟ ଜଳରେ ମିଶିଥାଏ। ତତ୍ତ୍ବଗୁଡ଼ିକ ମଧ୍ୟରେ ଫସପରସ୍ ମୁଖ୍ୟ ଯାହା ଆମ ହାଡ଼ରେ ଥାଏ। ଏବଂ ଏହି ଫସଫରସ୍ ଫସଲ ନିମନ୍ତେ ଉପଯୋଗୀ ହୋଇଥାଏ।

Comments are closed.