Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା, ଧରାପଡିଲେ ୫୦୦୦ ଟଙ୍କା ଯାଏଁ ଫାଇନ୍

ପୁରୀ: ଏଣିକି ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା । ମନ୍ଦିର ଭିତରକୁ ପାନ, ଗୁଟଖା ଖାଇ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପରିସରରେ କୌଣସି ସେବାୟତ ଯଦି ପାନ ଛେପ ପକାନ୍ତି ତେବେ ତାଙ୍କଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯିବ । ପ୍ରଥମ ଏବଂ ଦ୍ୱିତୀୟ ଥର ଛେପ ପକାଇଲେ ୧ ହଜାର ଟଙ୍କା ତଣ୍ଡ ଗଣିବେ । ଯଦି ତୃତୀୟ ଥର ପାନ ଛେପ ପାକଇଲେ ୫ ହଜାର ଟଙ୍କା ଯାଏଁ ଫାଇନ୍ ଗଣିବାକୁ ପଡିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ମନ୍ଦିର ଭିତରକୁ ପାନ ଓ ଗୁଟ୍‌ଖା ଯେପରି କିଏ ନ ଆଣନ୍ତି ସେଥିଲାଗି ଚେକିଂକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚେକିଂ କଡାକଡି କରିବାକୁ ଶ୍ରୀମନ୍ଦିର ପୋଲିସଙ୍କୁ ସଚେତନ କରାଯାଇଛି।  ଚାରି ଦ୍ୱାରରେ ଶ୍ରୀମନ୍ଦିର ପୋଲିସ୍‌ ଚେକିଂ କରିବେ। ପାନ ଖାଇ ଯେପରି କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନ କରନ୍ତି ଏଥିପ୍ରତି ନଜର ରଖିବେ ପୋଲିସ୍‌। ମୁଖ୍ୟ ଦ୍ୱାରରେ ଥର୍ମାଲ ସ୍କାନିଂ, ସାନିଟାଇଜିଂ ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଶ୍ରୀମନ୍ଦିରରେ ୪ଶହରୁ ଅଧିକ ସେବାୟତ ଓ କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଲେଣି । ଏହା ଯେପରି ଅଧିକ ନବ୍ୟାପେ ସେଥିଲାଗି ନିୟମକୁ କଡାକଡି କରାଯାଇଛି । ପାନ ଛେପ ଯୋଗୁଁ ସଂକ୍ରମଣ ଆଶଙ୍କା ଅଧିକ ରହିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.