Latest Odisha News

BREAKING NEWS

ପୁଣି ବଢ଼ିଲା: ୨୪ ଘଣ୍ଟାରେ ଦେଶରେ ୮୦ ହଜାର କରୋନା ଆକ୍ରାନ୍ତ, ୧୧୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୬୨ ଲକ୍ଷ ପାର କରିଛି କରୋନା କେସ୍ । ଦୁଇ ଦିନ କମିବା ପରେ ଆଜି ପୁଣି ଥରେ ଦେଶରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୮୦ ହଜାର ୪୭୨ ଜଣ । ଏହାକୁ ମିଶାଇ ଦେଶରେ କରୋନା କେସ୍ ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି ପାଇଛି ।

ସେହିପରି ଆଜି ପୁଣି ଥରେ ହଜାରେ ଡେଇଁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୧୧ ଶହ ୭୯ ଆକ୍ରାନ୍ତ । ଦେଶରେ ମୃତ୍ୟୁସଂଖ୍ୟା ଏବେ ଲକ୍ଷେ ମୁହାଁ ହୋଇଛି । ମହାମାରୀରେ ଆଖି ବୁଜିଲେଣି ମୋଟ୍ ୯୭ ହଜାର ୪୯୭ ଆକ୍ରାନ୍ତ ।

କରୋନା ସଂକଟ ଭିତରେ ଆଶ୍ୱସ୍ତିକର ଖବର ହେଉଛି ଦେଶରେ ସୁସ୍ଥ ହାର ବଢୁଛି । ମୋଟ୍ ୫୧ ଲକ୍ଷ ୮୭ ହଜାର ୮୨୬ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଆକ୍ଟିଭ୍ କେସ୍ ରହିଛି ୯ ଲକ୍ଷ ୪୦ ହଜାର ୪୪୧ ।

ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ୭ କୋଟି ୪୧ ଲକ୍ଷ ୯୬ ହଜାର ୭୨୯ କୋଭିଡ୍ ଟେଷ୍ଟ ହୋଇଛି । ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୮୬ ହଜାର ୬୮୮ ନମୁନା ପରୀକ୍ଷା ହୋଇଥିଲା । ଏଥିରୁ ୮୦ ହଜାର ପଜିଟିଭ୍ ବାହାରିଛନ୍ତି ।

Leave A Reply

Your email address will not be published.