Latest Odisha News

BREAKING NEWS

କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ

ଚଣ୍ଡୀଗଡ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ । ଅନ୍ୟ ଦଳ ବିରୋଧରେ ଅପମାନଜନକ ଟିପ୍ପଣୀ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ ନିର୍ବାଚନ ଗାଇଡଲାଇନ ଉଲ୍ଲଂଘନ କରିଥିବା ନେଇ ଆପ ବିରୋଧରେ ଅଭିଯୋଗ କରିଥିଲେ ।

ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଏବଂ କଂଗ୍ରେସ ପ୍ରାର୍ଥୀ ମୁସେ ୱାଲଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ନେଇ ପୋଲିସ ମାମଲା ରୁଜୁ କରିଛି ।

Comments are closed, but trackbacks and pingbacks are open.