Latest Odisha News

BREAKING NEWS

ବିଜେଡି ସାଂସଦ ମୁନ୍ନା ଖାଁଙ୍କ ନାଁରେ ଏତଲା, ସାଂସଦ ପଦ ରଦ୍ଦ ପାଇଁ ଦାବି

କଟକ: ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ନାଁରେ ଏତଲା। ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ ପ୍ରାର୍ଥନା ‘ଆହେ ଦୟା ମୟ ବିଶ୍ୱବିହାରୀ’ କୁ ଅନୁଚିତ ଭାବରେ ବାଖ୍ୟା କରିବା ସହିତ ପ୍ରାର୍ଥନାର ରଚୟିତା ରାମକୃଷ୍ଣ ନନ୍ଦଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟକୁ ନେଇ ସାଂସଦ ମୁନ୍ନା ଖାଁଙ୍କ ନାଁରେ ଥାନାରେ ଏତଲା ହୋଇଛି। କଟକ ଜିଲ୍ଲା ଅନ୍ତର୍ଗତ ଓଲଟପୁର ଥାନାରେ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦିଆଯାଇଛି।

ସାଂସଦ ମୁନ୍ନା ଖାଁ ଗତ ୬ ତାରିଖରେ ନବରଙ୍ଗପୁରରେ ଆୟୋଜିତ ମଣ୍ଡେଇ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କବି ରାମକୃଷ୍ଣ ନନ୍ଦଙ୍କୁ ତାତ୍ସଲ୍ୟ କରିବା ସହିତ ତାଙ୍କ ରଚିତ ‘ଆହେ ଦୟା ମୟ ବିଶ୍ୱବିହାରୀ, ପ୍ରାର୍ଥନାକୁ କଦର୍ଥ ବ୍ୟାଖ୍ୟା କରିଥିବା ରାମକୃଷ୍ଣ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାଦ୍ୱାରା ରାମକୃଷ୍ଣ ନନ୍ଦଙ୍କ ପରିବାର ତଥା ପ୍ରାର୍ଥନା ପ୍ରେମୀଙ୍କୁ ଗଭୀର ଭାବରେ ମର୍ମାହତ କରିଛି ବୋଲି ଶ୍ରୀ ନନ୍ଦ କହିଛନ୍ତି।

ଅନ୍ୟପକ୍ଷରେ, ଥାନାରେ ଅଭିଯୋଗ ପରେ ଏନେଇ ସାଂସଦ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ଏସବୁ ପରେ ବି ମୁନ୍ନା ଖାଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସାଂସଦ ପଦ ରଦ୍ଦ କରିବାକୁ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ପକ୍ଷରୁ ଦାବି କରାଯାଇଛି।

Comments are closed.