Latest Odisha News

୧୧ ଥର ଟିକା ନେଇଥିବା ବୃଦ୍ଧଙ୍କ ବିରୋଧରେ ଏଫ୍‌ଆଇଆର୍‌

ପାଟନା: ନିକଟରେ ବିହାରର ଜଣେ ୮୪ ବର୍ଷୀୟ ବ୍ୟକ୍ତି ୧୧ ଥର କରୋନା ଟିକା ନେଇଥିବା ଦାବି କରିଥିଲେ। ଏହାପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମଦେବ ମଣ୍ଡଳ। ତେବେ ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ପୋଲିସ ତାଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଛି। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି) ବ୍ରହ୍ମଦେବ ମଣ୍ଡଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ମାମଲାର ତଦନ୍ତ ଚାଲିଥିବା ଜଣାପଡ଼ିଛି।

ମାଧେପୁରା ଜିଲ୍ଲାରେ ରହୁଥିବା ୮୪ ବର୍ଷୀୟ ବ୍ରହ୍ମାଦେବ ୧୧ ଥର କରୋନା ଟିକାକରଣ କରିଥିଲେ। ବୃଦ୍ଧ ଜଣକ ୧୧ ଥର ଟିକା ପାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଟିକାକରଣର କାରଣ ଏବଂ ଏହାର ଉପକାରିତା ବିଷୟରେ ବୃଦ୍ଧ ଜଣକ ବାରମ୍ବାର କହିଥିଲେ।

ବ୍ରହ୍ମଦେବ ମଣ୍ଡଳ ଗତ ୧୦ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ୧୧ ଥର କରୋନା ଟିକା ନେଇଛନ୍ତି। ସେ କହିଛନ୍ତି ଯେ ଟିକା ନେବା ପରେ ଆଣ୍ଠୁରେ ଯନ୍ତ୍ରଣା କମିଛି। ସେଥିପାଇଁ ସେ ଏତେ ଥର ଟିକା ନେଇଥିଲେ।

Leave A Reply

Your email address will not be published.