ଭୋପାଳ: ବାଗେଶ୍ୱର ଧାମର ବିବାଦୀୟ ଧର୍ମ ଗୁରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ସାଳଗ୍ରାମ ଗର୍ଗ(୨୩) ବିରୋଧରେ ମାମଲା ରୁଜୁ କଲା ମଧ୍ୟପ୍ରଦେଶ ପୁଲିସ। କାଲୁ ଅହିରୱାର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ସାଳଗ୍ରାମଙ୍କ ବିରୋଧରେ ଏସ୍ଏସ୍ଟି ଆକ୍ଟ ଅଧୀନରେ ଛତରପୁର ପୁଲିସ ମାମଲା ରୁଜୁ କରିଛି।
ନିକଟରେ ଧୀରେନ୍ଦ୍ରଙ୍କ ଭାଇ ସାଳଗ୍ରାମ ଏକ ବିବାହ କାର୍ଯ୍ୟକ୍ରମରେ ମାର୍ପିଟ୍ କରିଥିଲେ। ବନ୍ଧୁକ ଧରି ଅସଭ୍ୟ ଗାଳି କରିବା ସହ ଜଣେ ଦଳିତ ବ୍ୟକ୍ତିଙ୍କୁ ନାନା ଧମକ ଚମକ ଦେଉଥିଲା। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ପୁଲିସ ସାଳଗ୍ରାମ ବିରୋଧରେ ଆଇପିସି ଧାରା ୨୯୪(ଅସଭ୍ୟ କଥା କହିବା), ୫୦୬ (ଅପରାଧିକ ଧମକ) ମାମଲା ରୁଜୁ କରିଛି।, ୩୨୩(ଜାଣି ଜାଣି ଆହତ ପହଞ୍ଚାଇବା),୨୨୭(ଜାଣିଶୁଣି ଆଇନ ଉଲ୍ଲଘଂନ କରିବା)। ଏଥିସହିତ ଏସ୍ଏସ୍ଟି ଆକ୍ଟ(୧୯୮୯) ଅଧିନରେ ମଧ୍ୟ ମାମଲା ରୁଜୁ ହୋଇଛି।
ପୁଲିସ ମୁଖ୍ୟ ସଚିନ ବର୍ମାଙ୍କ ସୂଚନା ଅନୁସାରେ, ଧାର୍ମିକ ଗୀତ ବଜାଇବାକୁ ନେଇ ମାରପିଟ୍ ହୋଇଛି। ତେବେ ଅଭିଯୁକ୍ତ ସାଳଗ୍ରାମ ବନ୍ଧୁକ ବ୍ୟବହାର କରିବା କଥାକୁ ଅସ୍ୱୀକାର କରିଛି। ତଦନ୍ତ ହେଲେ ଅଧିକ କଥା ସ୍ପଷ୍ଟ ହେବ ବୋଲି ସଚିନ ବର୍ମା କହିଛନ୍ତି।
Comments are closed.