Latest Odisha News

BREAKING NEWS

ଟଳିଲା କୁଖ୍ୟାତ ଆତଙ୍କବାଦୀ ଏଜାଜ

କାବୁଲ: ଆତ୍ମଘାତୀ ଆତଙ୍କବାଦୀଙ୍କ କମାଣ୍ଡର ଏଜାଜ ଅହମ୍ମଦଙ୍କ ଆଜି ଆଫଗାନିସ୍ତାନରେ ମୃତ୍ୟୁ ଘଟିଛି । ସେ ଇସଲାମିକ ଷ୍ଟେଟ ପାଇଁ କାର୍ଯ୍ୟ କରୁଥିଲେ । ଭାରତ ସରକାର ଏଜାଜଙ୍କୁ ମୋଷ୍ଟ ୱାଂଟେଡ ଆତଙ୍କବାଦୀ ଘୋଷଣା କରିଛି । ସେ କାବୁଲ ଏବଂ ଜଲାଲବାଦାରେ ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ କରିଥିଲେ । ତାଲିବାନ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଭାରତୀୟ ସୁରକ୍ଷା ବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଏଜାଜ ମରିଥିବା ନେଇ ସ୍ପଷ୍ଟ କରିଛି । କୁନାର ଅଂଚଳରେ ତାଲିବାନ ଏବଂ ଆଇଏସ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଏଜାଜଙ୍କ ମୃତ୍ୟୁ ଘଟିଥିଲା ।

BjdElectrycity

ପାଖାପାଖି ୨ ଦଶନ୍ଧି ଧରି ଏଜାଜ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା । ସେ ପାକିସ୍ତାନ ଏବଂ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିଲା । ଚଳିତ ବର୍ଷ ଜାନୁୟାରୀରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା ।

Leave A Reply

Your email address will not be published.