Latest Odisha News

BREAKING NEWS

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣାରେ ରୁଜୁ ହେଲା ମାମଲା । ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ରୁଜୁ ହୋଇଛି ମାମଲା । ମୃତ ଦୀନବନ୍ଧୁଙ୍କ ମିଶ୍ରଙ୍କ ପୁଅ ଅଭିଷେକ ମିଶ୍ରଙ୍କ ଲିଖିତ ଅଭିଯୋଗ ପରେ ବୁର୍ଲା ଥାନାରେ ରୁଜୁ ହୋଇଛି ମାମଲା । ଏଥିସହ ବିଶ୍ବବିଦ୍ୟାଳୟର ପିଇଓ ଅବିନାଶ କର ଏବଂ ଓ୍ବାର୍ଡନ ବିଶ୍ବଜିତ ଶତପଥୀଙ୍କ ନାଁରେ ରୁଜୁ ହୋଇଛି ମାମଲା । ତେବେ ନିଜ ବାପାଙ୍କ ମୃତ୍ୟୁ ପାଇଁ କୁଳପତି ଦାୟୀ ବୋଲି କହିଛନ୍ତି ଦୀନବନ୍ଧୁଙ୍କ ପୁଅ ଅଭିଷେକ ।

ଏହି ଘଟଣାରେ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ପ୍ରଦାନ ସହ ଦୀନବନ୍ଧୁଙ୍କ ପୁଅକୁ ଚାକିରି ପ୍ରଦାନ ଦାବିରେ ବିଶ୍ବବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ ମୃତକଙ୍କ ପୁଅ । ତେବେ ୫ ଲକ୍ଷ ଟଙ୍କା ସହ ମୃତକଙ୍କ ପୁଅକୁ ଚାକିରି ପ୍ରଦାନ ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଓହରିଥିଲେ ଦୀନବନ୍ଧୁଙ୍କ ପୁଅ । ସୂଚନା ଅନୁସାରେ, ଗତକାଲି ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ ଦୀନବନ୍ଧୁ । ଗୁରୁତର ଅବସ୍ଥାରେ ପ୍ରଥମେ ବୁର୍ଲା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଅଧବାଟରେ ଦୀନବନ୍ଧୁଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.