Latest Odisha News

BREAKING NEWS

ପ୍ରଥମ ଥର ପାଇଁ କିନ୍ନର ଓ ମହିଳା ଘରକୁ ଘର ବୁଲି କରିବେ ବର୍ଜ୍ୟବସ୍ତୁ ସଂଗ୍ରହ

ବାରିପଦା: ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ କିନ୍ନର । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରିପଦା ପୌରପାଳିକାକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଅଭିବନ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 

ପ୍ରଥମ ଥର ପାଇଁ କିନ୍ନର ଓ ମହିଳା ବ୍ୟାଟେରୀ ଚାଳିତ ୩ ଚକିଆ ଗାଡିରେ ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ । ଆସନ୍ତା ୨୩ ତାରିଖରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ବାରିପଦାକୁ ୧୦ଟି ବ୍ୟାଟେରୀ ଚାଳିତ ଗାଡି ଅଣାଯାଇଛି । 

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ କିନ୍ନର ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଏହି ଗାଡି ଚଲାଇ ରୋଜଗାରକ୍ଷମ ହୋଇପାରିବେ । ଏନେଇ ୫ ମହିଳା ଓ ୫ କିନ୍ନରଙ୍କୁ ଗତ ସପ୍ତାହରୁ ତାଲିମ ପ୍ରଦାନ କରାଯାଉଥିବା ବାରିପଦା ଉପଜିଲ୍ଲାପାଳ ତଥା ପୌରପାଳିକା ନିର୍ବାହୀ ଅଧିକାରୀ ପି. ଅନ୍ବେଷା ରେଡ୍ଡୀ ସୂଚନା ଦେଇଛନ୍ତି । 

Leave A Reply

Your email address will not be published.