Latest Odisha News

ତେଲେଙ୍ଗାନା ବିଜେପି ମୁଖ୍ୟଙ୍କ ପୁଅ ବିରୋଧରେ ଥାନାରେ ମାମଲା ରୁଜୁ

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ମୁଖ୍ୟ ସାସଂଦ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ଭଗିରଥଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ସାଂସଦଙ୍କ ପୁଅ କଲେଜ୍ କ୍ୟାମ୍ପସ ଭିତରେ ପଶି ହଷ୍ଟେଲ୍ ରୁମରେ ଏକ କଲେଜ୍ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସାଂସଦଙ୍କ ପୁଅ ଭଗିରଥଙ୍କ ବିରୋଧରେ ଥାନାରେ ମାମଲା ହୋଇଛି। ଭଗିରଥ ଛାତ୍ରଙ୍କୁ ମାଡ଼ ମାରୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସଞ୍ଜୟଙ୍କ ପୁଅ ମହିନ୍ଦ୍ରା ୟୁନିଭର୍ସିଟିରେ ପଶି ମାର୍‌ପିଟ କରିଥିବାରୁ ଡୁଣ୍ଡିଗଲ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୪୧, ୩୨୩, ୫୦୪ ଏଭଂ ୫୦୬ r/w ୩୪ ତାଙ୍କ ବିରୋଧରେ ଲଗାଯାଇଛି। ପୀଡ଼ିତ ଛାତ୍ର ଜଣଙ୍କ ସାଂସଦଙ୍କ ପୁଅ ଭଗିରଥଙ୍କୁ କୌଣସି ଏକ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଏହାପରେ ଉଭୟ ମଧ୍ୟରେ ତର୍କ ହୋଇଥିଲା। ପରେ ଭଗିରଥ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିବା ଭାଇରାଲ୍ ହେଉଥିବା ଭିଡିଓରେ ଦେଖାଯାଇଛି। କେବଳ ସେତିକି ନୁହେଁ, ଭଗିରଥ ଛାତ୍ରକୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ଭିଡିଓରେ ଶୁଣାଯାଉଛି।

ପ୍ରଥମ ଦୃଶ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଦ୍ୱିତୀୟ ଭିଡିଓରେ ଭଗିରଥଙ୍କ ସହ ଅନ୍ୟ କିଛି ଛାତ୍ର ହଷ୍ଟେଲ୍‌ ରୁମ୍‌ରେ ପଶି ତାଙ୍କୁ ମରାପିଟା କରୁଥିବାର ଦେଖାଯାଉଛି। ଘଟଣାକୁ ନେଇ ଡେପୁଟି କମିଶନର ଅଫ୍ ପୁଲିସ କହିଛନ୍ତି “ ମହିନ୍ଦ୍ରା ୟୁନିଭର୍ସିଟିରେ ଏଭଳି ଘଟଣା ଘଟିଛି। ମାଡ଼ ମାରୁଥିବା ପିଲା ସାଂସଦଙ୍କୁ ପୁଅ ବୋଲି ଚିହ୍ନଟ ହୋଇଛି।” ଏହାପରେ କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ସାଂସଙ୍କ ପୁଅ ବନ୍ଦୀ ସାଇ ଭଗିରଥଙ୍କ ବିରୋଧରେ ଥାନାରେ ଏକ ମାମଲା ହୋଇଛି। ଘଟଣାରେ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ନୋଟିସ ପଠାଯିବ ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.