Latest Odisha News

ମାତା ବୈଷ୍ଣୋ ଦେବୀ ମନ୍ଦିରରେ ମଦ୍ୟପାନ; ଓରି ଓ ଅନ୍ୟ ୭ ଜଣକ ବିରୋଧରେ ଏଫଆଇଆର

ମୁମ୍ବାଇ: ଜମ୍ମୁ ଏବଂ କାଶ୍ମୀର ସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରର ବେସ୍ କ୍ୟାମ୍ପ କଟରାସ୍ଥିତ ଏକ ହୋଟେଲରେ ମଦ୍ୟପାନ କରିବା ଯୋଗୁଁ ଓରି ଏବଂ ଅନ୍ୟ ସାତ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।

ଜମ୍ମୁ ଓ କାଶ୍ମୀର ପୋଲିସ ଯେଉଁ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ସେମାନଙ୍କ ମଧ୍ୟରେ ରୁଷିଆ ନାଗରିକ ଆନାସ୍ତାସିଲା ଆର୍ଜାମାସ୍କିନା ଅଛନ୍ତି। ଯିଏକି ଓରି ଏବଂ ତାଙ୍କ ବନ୍ଧୁମାନଙ୍କ ସହିତ କଟରା ଆସିଥିଲେ।

ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ୍)ଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଏବଂ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଓରି, ଦର୍ଶନ ସିଂହ, ପାର୍ଥ ରୈନା, ହ୍ରିତିକ୍ ସିଂହ, ରାଶି ଦତ୍ତା, ରକ୍ଷିତା ଭୋଗଲ, ଶାଗୁନ୍ କୋହଲି ଏବଂ ଆନାସ୍ତାସିଲା ଆର୍ଜାମାସ୍କିନାଙ୍କ ବିରୋଧରେ କଟରା ଥାନାରେ ଏକ ଏଫଆଇଆର ରୁଜୁ କରାଯାଇଛି। ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୨୨୩ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।

Comments are closed.