ଛେଣ୍ଡିପଦା : ପୁଣି ନିଜ ଗୀତକୁ ନେଇ ବିବାଦରେ ଫସିଛନ୍ତି ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ ଗାଇ ବିବାଦୀୟ ହୋଇଥିବା ହ୍ୟୁମାନ ଏବେ ଗାଇଛନ୍ତି ଛେଣ୍ଡିପଦା ରାଣୀ ଗୀତ । ଯାହାକୁ ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଛେଣ୍ଡିପଦା ଥାନାରେ ହ୍ୟୁମାନ ସାଗରଙ୍କ ନାଁରେ ମାମଲା ଦାୟର ହୋଇଛି । ଏତଲା ଦେଇଛି ଛେଣ୍ଡିପଦା ଯୁବ ମଞ୍ଚ । ଅଭିଯୋଗ ହୋଇଛି ଗୀତରେ ଛେଣ୍ଡିପଦା ନାରୀ ସମାଜର ଅପପ୍ରଚାର କରାଯାଇଛି । ହ୍ୟୁମାନ ସାଗରଙ୍କ ସମେତ ଛେଣ୍ଡିପଦା ରାଣୀ ଗୀତକୁ ପ୍ରସ୍ତୁତ କରିଥିବା ପ୍ରଯୋଜନା ସଂସ୍ଥା, ସଂଗୀତ ନିର୍ଦ୍ଦେଶକ, ଗୀତିକାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଗିରଫ ଦାବି କରିଛି ଛେଣ୍ଡିପଦା ଯୁବ ମଞ୍ଚ । କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତେଇ ଦେଇଛି ଯୁବ ମଞ୍ଚ ।
BREAKING NEWS
- ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ମୃତ୍ୟୁ
- ବାପା, ମାଆ ସିଟରେ ଲଢ଼ିବେ ପୁଅ
- ମୁଜୀବ ଉର ରହେମାନଙ୍କ ସ୍ଥାନରେ ଏହି ୧୬ ବର୍ଷୀୟ ବୋଲରଙ୍କୁ ଦଳରେ ସାମିଲ କଲା କେକେଆର
- ଦୀପାଳି-ବର୍ଷା-ଅଳକା: କାହାକୁ ଟିକେଟ, କାହାର କଟିବ ?
- ପଦାର୍ପଣ ଡାଇମଣ୍ଡ ଲିଗରେ କମାଲ କରିବା ଲକ୍ଷ୍ୟରେ ଓଡିଶାର ଜାଭେଲିନ ଥ୍ରୋୟର କିଶୋର
- ପଦ୍ମ ଧରିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ
- ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍ଜା
- ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୭: ଚ୍ୟାଲେଂଜ ଲିଗ ପାଇଁ ଟିମ ଘୋଷଣା
- ବିଜେଡ଼ି ଟିକେଟ ଘୋଷଣା ପରେ ଜଗା ଦର୍ଶନ ସହ ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଓ ସଞ୍ଜୟ ଦାସବର୍ମା
- ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ