Latest Odisha News

BREAKING NEWS

ଅଧ୍ୟାପକଙ୍କୁ କୋଂଚି ସେଂଟର ମନା; କଲେଜ ପରିଚାଳନା କମିଟିରେ ରହିବେନି ବିଧାୟକ

ଭୁବନେଶ୍ୱର: ଏଣିକି କଲେଜ ପରିଚାଳନା କମିଟିରେ ରହିବେନି ବିଧାୟକ । କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ରହିବେ । ପରିଚାଳନା କମିଟରେ ଅଭିଭାବକଙ୍କୁ ମଧ୍ୟ ସାମିଲ କରାଯିବ । ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଅଭିଭାବକ ମହାସଂଘ ସମ୍ମିଳନୀରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।

ବର୍ଷ ବର୍ଷ ଧରି କଲେଜ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକମାନ ସଦସ୍ୟ ଭାବେ ରହିଥାନ୍ତି । ଫଳରେ କଲେଜ ପରିଚାଳନାରେ ବିଧାୟକମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ହସ୍ତକ୍ଷେପ କରିଥାନ୍ତି । ଏଥିଯୋଗୁଁ କଲେଜ ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସିଛି । ତେବେ ଏହା ଉପରେ ରୋକ ଲଗାଇବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ନିଷ୍ପତି ନେଇଛନ୍ତି । ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ, ଯେଉଁମାନଙ୍କ ପରିଚାଳନାଗତ ଦକ୍ଷତା ଥିବ ସେମାନଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯିବ । ଯଦ୍ୱାରା କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିବ ବୋଲି ଅରୁଣ ସାହୁ କହିଛନ୍ତି ।

ସେହିପରି ସରକାରୀ ଅଧ୍ୟପାକଙ୍କ ପ୍ରାଇଭେଟ କୋଚିଂ ସେଂଟର ପଢ଼ା ଉପରେ ମଧ୍ୟ ରୋକ ଲଗାଇବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଅଧ୍ୟାପକମାନେ ଯେମିତି ଘରୋଇ କୋଚିଂ ସେଂଟରରେ ପାଠ ପଢ଼ାଇବେ ନାହିଁ ସେ ନେଇ କଟକଣା ଜାରି କରାଯାଇଛି । ଯେଉଁ ଅଧ୍ୟପକମାନେ ଘାରୋଇ କୋଚିଂ କରୁଛନ୍ତି, ସେମାନଙ୍କ ବିରୋଧରେ ଉଚ୍ଚ ଶିକ୍ଷା କୋଡ୍ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଯଦି କୌଣସି ଅଧ୍ୟାପକ କୋଚିଂ ସେଂଟରେ ପାଠ ପଢ଼ାଉଛନ୍ତି ତେବେ ତାଙ୍କ ବିଷୟରେ ଜଣାଇବାକୁ ଅଭିଭାବକଙ୍କୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.