ନୂଆଦିଲ୍ଲୀ: ଯଦି ଆପଣ ବନ୍ଦେ ଭାରତ ପରି ଦେଶର ଦ୍ରୁତତମ ତଥା ଅତ୍ୟାଧୁନିକ ଟ୍ରେନରେ ଯାତ୍ରା କରିବାର ସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ଅଧିକ ଭଡା ହେତୁ ସାହସ ଜୁଟାଇ ପାରି ନାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କିଛି ସ୍ଥାନରେ ବନ୍ଦେ ଭାରତ ଟ୍ରେନରେ ଖାଲି ସିଟ୍ ଦେଖି ଭଡା ହ୍ରାସ କରିବାକୁ ରେଳବାଇ ଟିକେଟ୍ ମୂଲ୍ୟ ସମୀକ୍ଷା କରୁଛି। ଏଭଳି ପରିସ୍ଥିତିରେ ଯାତ୍ରୀମାନେ ସ୍ୱଳ୍ପ ଦୂରତାରେ ମହଙ୍ଗା ଭଡାରୁ ଆରାମ ପାଇପାରିବେ ବୋଲି ଆଶା କରାଯାଉଛି।
ସୂଚନାନୁସାରେ, ଅପେକ୍ଷାକୃତ ସ୍ୱଳ୍ପ ଦୂରତା ଥିବା କେତେକ ବନ୍ଦେ ଭାରତ ଟ୍ରେନରେ ସିଟ୍ ସମ୍ପୂର୍ଣ୍ଣ ରୂପେ ପୂରଣ ହେଉନାହିଁ। ଏଭଳି ପରିସ୍ଥିତିରେ ରେଳବାଇ ସେମାନଙ୍କ ଭଡା ସମୀକ୍ଷା କରିବାକୁ ଏବଂ ଭଡା କମାଇବାକୁ ଯୋଜନା କରୁଛି। ଇନ୍ଦୋର-ଭୋପାଳ, ଭୋପାଳ-ଜବଲପୁର ଏବଂ ନାଗପୁର-ବିଲାସପୁର ପରି ବନ୍ଦେ ଭାରତ ଟ୍ରେନର ଭଡା ସମୀକ୍ଷା କରାଯାଉଛି। ଏହି ସମସ୍ତ ଟ୍ରେନ୍ ଗୁଡିକରେ ସିଟ ଗୁଡିକ ଖାଲି ରହିଛି।
ଏହି ଟ୍ରେନରେ ପ୍ରାୟ ୪.୫ ଘଣ୍ଟା ଦୂରତା ଯାତ୍ରା କଲେ ଏସି ଚେୟାର କାର ଭଡା ୧,୦୫୫ ଟଙ୍କା ଥିବାବେଳେ ଏଗଜିକ୍ଯୁଟିଭ୍ ଚେୟାର କାରର ଟିକେଟ୍ ମୂଲ୍ୟ ୧,୮୮୦ ଟଙ୍କା ରଖାଯାଇଛି।
Comments are closed.