Latest Odisha News

BREAKING NEWS

ହସପିଟାଲରେ ଭୟାବହ ଅଗ୍ନିକାଣ୍ଡ,ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହା ଫଳରେ ଅନେକ ରୋଗୀ ହସ୍ପିଟାଲରେ ଫସି ରହିଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହସ୍ପିଟାଲର ଅଧିକାଂଶ ରୋଗୀ ଗର୍ଭବତୀ ମହିଳା ଓ ଶିଶୁ ଥିବାରୁ ସମସ୍ତଙ୍କୁ କର୍ମଚାରୀମାନେ ସ୍ଥାନାନ୍ତର କରିଥିଲେ ।

ହାଇଦ୍ରାବାଦର ମେହେଦିପଟ୍ଟନମ୍ ଅଂଚଳସ୍ଥିତ ଜୟନଗରରେ ଥିବା ଅଙ୍କୁରା ହସ୍ପିଟାଲର କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ହସ୍ପିଟାଲର ନାମ ଫଳକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦଶମ ମହଲାରେ ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପଞ୍ଚମ ମହଲାରୁ ଦଶମ ମହଲା ପର୍ଯ୍ୟନ୍ତ ବ୍ୟାପିଛି । ଏହା ସହ ହସ୍ପିଟାଲ ଉପର ଛାତ ଉପରେ କିଛି ନର୍ସ ଫସିରହିଥିଲେ । ସେମାନଙ୍କ ବି ଉଦ୍ଧାର କରାଯାଇଥିଲା ।

Comments are closed.