Latest Odisha News

BREAKING NEWS

ଯାଜପୁର ରୋଡ୍‌ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ, ୨ ଗୁରୁତର

ଯାଜପୁର: ରାତି ୮ଟା ସମୟରେ ଯାଜପୁର ରୋଡ୍‌ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ। କିରଣ ଲାଇଟ୍ ହାଉସ ଗୋଦାମ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ। ଅଗ୍ନିକାଣ୍ଡରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି।

ପ୍ରକାଶ ଯୋଗ୍ୟ ଯାଜପୁର ରୋଡ ଥାନା ଲକ୍ଷ୍ମୀମାର୍କେଟ ନିକଟ କିରଣ ଲାଇଟ ହାଉସର ମାଲିକ ଦୋକାନ ଭିତରେ କୌଣସି କାର୍ଯ୍ୟ କରୁଥିଲେ। ଏହି ସମୟରେ ଦୋକାନ ଭିତରେ ଜୋରରେ ଶବ୍ଦ ହେବା ସହିତ ଦୋକାନ ଘରେ ନିଆଁ ଲାଗିଯାଇଥିଲା। ଯାହାଫଳରେ ଦୋକାନ ମାଲିକଙ୍କ ସହିତ ଆଉ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ସେପଟେ ଦୋକାନରେ ଅଗ୍ନିକାଣ୍ଡ ଖବର ପାଇ ସ୍ଥାନୀୟ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଉଥିବା ସୂଚନା ମିଳିଛି।

ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଲାଇଟ ସାମଗ୍ରୀ ଜଳିପୋଡି ପାଉଁଶି ହେଇଯାଇଥିବା ସୂଚନା ମିଳିଛି। ଗୁରୁତର ଦୁଇଜଣ ହେଲେ ଦୋକାନ ମାଲିକ କରୁଣାକର ଦାସ ଓ ଗ୍ରାହକ କୋରେଇ ଥାନା କୋରାବନ୍ଦୀ ଅଞ୍ଚଳର ସଞ୍ଜୟ ପତି।

Leave A Reply

Your email address will not be published.