Latest Odisha News

BREAKING NEWS

ବିଶ୍ୱକପର ସବୁଠାରୁ ରୋମାଂଚକ ମୁକାବିଲା ପାଇଁ ଭାରତ-ପାକିସ୍ତାନ ପ୍ରସ୍ତୁତ

ଅହମ୍ମଦାବାଦ: ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ଚଳିତ ବିଶ୍ୱକପର ସବୁଠାରୁ ରୋମାଂଚକ ମୁକାବିଲା । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱର ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବ । ରାତିରେ ନିଜ ହଜେଇ କ୍ରିକେଟ ପ୍ରଶଂସକ ଏହି ମୁକାବିଲା ପାଇଁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ବର୍ଷାର କିଛି ଛିଟା ଅବଶ୍ୟ ଏଥିରେ ବ୍ୟାଘାତ ସୃଷ୍ଟି କରିପାରେ ମାତ୍ର ମ୍ୟାଚ ବାତିଲ ହେବା ଆଶଙ୍କା କମ ରହିଛି । ଦିନିକିଆ ବିଶ୍ୱକପରେ ଭାରତକୁ ହରାଇ ପାରି ନ ଥିବା ପାକିସ୍ତାନ ଏଥର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛି । ଅପରପକ୍ଷରେ ଭାରତ ୮-୦ ଲକ୍ଷ୍ୟରେ ରହିବ । ୧୩୨୦୦୦ ଦର୍ଶକଙ୍କ ଉପସ୍ଥିତି ଷ୍ଟାଡିୟମକୁ ଏକ ଭିନ୍ନ ପରିବେଶ ପ୍ରଦାନ କରିବ । ଏହି ପିଚରେ ସ୍ପିନରଙ୍କ ତୁଳନାରେ ପେସରଙ୍କ ଉପରେ ଗୁରୁ ଦାୟିତ୍ୱ ରହିବ । ଏଠାରେ ଖେଳାଯାଇଥିବା ମ୍ୟାଚକୁ ବିଶ୍ଲେଷଣ କଲେ ପେସର ଓଭରାଲ ୩୮ ଓ ସ୍ପିନର ୨୩ ୱିକେଟ ନେଇଛନ୍ତି ।

BjdElectrycity

ପିଚରେ ବଡ ସ୍କୋର ହେବା ଏକପ୍ରକାର ନିଶ୍ଚିତ । ଚାପ ଭରା ପରିସ୍ଥିତିକୁ ମୁକାବିଲା କରିବା ଏବଂ ଶୃଙ୍ଖଳିତ ପ୍ରଦର୍ଶନ କରିବା ଦଳ ଶେଷରେ ବାଜି ମାରିବ ବୋଲି ଆଶା କରାଯାଉଛି । ଭାରତର ଓପନର ଶୁଭମନ ଗିଲ ଏହି ମ୍ୟାଚରେ ଖେଳିବା ଆଶା ଉଜ୍ଜୀବୀତ ହୋଇଛି । ସେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି କି ନାହିଁ ତାହା ମୂଖ୍ୟ ସମସ୍ୟା । ଅଧିନାୟକ ରୋହିତ ଶର୍ମା ଯେତେଦୂର ସମ୍ଭବ ଈଶାନ କିଶାନଙ୍କ ସହ ଓପନିଂ କରିପାରନ୍ତି । ଟିମ ବିଜୟଧାରାରେ ଥିବାରୁ ସେ ପରିବର୍ତନ ସପକ୍ଷରେ ରହି ନ ପାରନ୍ତି । ଚୂଡାନ୍ତ ଏକାଦଶରେ ରବିଚନ୍ଦ୍ରନ ଅଶ୍ୱୀନ ଓ ମହମ୍ମଦ ସାମୀଙ୍କ ମଧ୍ୟରୁ କାହାକୁ ଖେଳାଯିବ ସେ ନେଇ ଟିମ ମ୍ୟାନେଜମେଂଟ ଦ୍ୱନ୍ଦ୍ୱରେ ରହିଛି । ପାଗ ଓ ପିଚ ଅନୁଧ୍ୟାନ ପରେ ଶେଷ ନିଷ୍ପତି ନିଆଯିବ । ଉଭୟ ଟିମ ୨ଟି ଲେଖାଁଏ ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ମ୍ୟାଚରେ କଡା ସଂଘର୍ଷ ଦେଖିବାକୁ ମିଳିବ ।

ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ପ୍ରଦର୍ଶନ ଟିମ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଅପରପକ୍ଷରେ ଟିମ ଇଣ୍ଡିଆର ଟପ ଅର୍ଡର ଫର୍ମକୁ ଫେରିଛନ୍ତି । ବିରାଟ କୋହଲି-ବାବର ଆଜମ ଓ ଯଶପ୍ରୀତ ବୁମରାହ-ଶାହୀନ ଆଫ୍ରିଦୀ ମୁକାବିଲାରେ କିଏ ଜିତୁଛି ତାହା ସମୟ କହିବ । ରୋହିତ ଫର୍ମକୁ ଫେରିବା ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଛି ।

Leave A Reply

Your email address will not be published.