Latest Odisha News

ଆୟତ୍ତ ହୋଇଛି ରାଧାରମଣ ନର୍ସିଂହୋମରେ ଲାଗିଥିବା ନିଆଁ, କିନ୍ତୁ ଧୂଆଁ ଏବେ ବି ରହିଛି

କଟକ: ଆୟତ୍ତ ହୋଇଛି କଟକ ପୁରୀଘାଟ ନିକଟ ରାଧାରମଣ ନର୍ସିଂହୋମରେ ଲାଗିଥିବା ନିଆଁ । ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଥିଲା। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିଶମ କର୍ମଚାରୀମାନେ ସମସ୍ତ ଗୁରୁତରମାନଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରାଯାଇଛି ।

ପ୍ରାଥମିକ ଖବରରୁ ମିଳିଥିବା ସୂଚନା ଅନୁସାରେ ନର୍ସିଂହୋମରେ ପ୍ରାୟ ୨୦ ଜଣ ରୋଗୀ ଥିଲେ । ସେଥିରୁ ଅଧିକାଂଶ ରୋଗୀଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ଅଗ୍ନିଶମ ଡିଜି ପହଞ୍ଚି ଘଟଣାର ତଦାରଖ କରିଛନ୍ତି । ନିଆଁ ସଂପୂର୍ଣ୍ଣ ଭାବେ ଲିଭି ସାରିଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି । ନିଆଁ ଲିଭେଇବାରେ ୩ ୟୁନିଟ ଫାୟାର ଟିମ୍‌ ଲାଗିଛନ୍ତି । ବର୍ତ୍ତମାନ ନିଆଁ ନିୟନ୍ତ୍ରଣ ହୋଇସାରିଛି । କିନ୍ତୁ ନିଆଁ ଲିଭି ଯାଇଥିଲେ ବି ଏବେ ଧୂଆଁ ରହିଯାଇଛି । ଧୂଆଁ ନିଷ୍କାସନ ପାଇଁ ଏବେ ଉଦ୍ୟମ ଜାରି ରହିଛି । ଭେଣ୍ଟିଲେସନ ମେସିନ ଲଗାଯାଇ ଧୂଆଁ କାଢ଼ିବା କାର୍ଯ୍ୟ ଜାରି ରହିଛି । ସେପଟେ ଆଇସିୟୁରେ ଥିବା ରୋଗୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାର ରୋଗୀଙ୍କ ମଧ୍ୟରେ ୧୨ଜଣ ନବଜାତ ରହିଛନ୍ତି । ଗୁରୁତର ମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । କିନ୍ତୁ ନବଜାତ ମାନଙ୍କୁ ଚିକିତ୍ସା ପାଇଁ ନବଜାତ ଆଇସିୟୁ ବ୍ୟବସ୍ଥା ଦରକାର । ସେମାନଙ୍କୁ କେଉଁଠିକୁ ସ୍ଥାନାନ୍ତର କରାଯିବ ସ୍ବାସ୍ଥ୍ୟ ସଚିବ ବୁଝୁଛନ୍ତି ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ।

Comments are closed.