Latest Odisha News

BREAKING NEWS

କୋଭିଡ୍ ହସ୍ପିଟାଲ ଆଇସିୟୁ ଓ୍ୱାର୍ଡରେ ଲାଗିଲା ନିଆଁ, ୧୦ ରୋଗୀ ମୃତ

କୋଭିଡ୍ ୧୯ ହସ୍ପିଟାଲରେ ଅଗ୍ନିକାଣ୍ଡ । ଆଇସିୟୁ ଓ୍ୱାର୍ଡରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରୋମାନିଆରେ । ଦୁର୍ଘଟଣାରେ ଆଉ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ରୋମାନିଆର ପିଏଟ୍ରା ନିମଟରେ ଥିବା ସରକାରୀ କୋଭିଡ ହସ୍ପିଟାଲର ଆଇସିୟୁରେ ଗତକାଲି ହଠାତ୍ ନିଆଁ ଲାଗିଥିଲା । ପରେ ପରେ ବିସ୍ପୋରଣ ବି ହୋଇଥିବା କୁହାଯାଉଛି ।

ଅଗ୍ନିକାଣ୍ଡର ପରବର୍ତ୍ତୀ ଦୃଶ୍ୟ

ହସ୍ପିଟାଲ ଆଇସିୟୁ ଭିତରେ ସବୁ କିଛି ପୋଡ଼ି ଛାରଖାଲ ହୋଇଯାଇଛି । ଆଶଙ୍କା କରାଯାଉଛି ମୃତ୍ୟୁସଂଖ୍ୟା ଅଧିକ ହୋଇପାରେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅପରାଧିକ ମାମଲାର ତଦନ୍ତ ଚାଲିଥିବା ରୋମାନିଆ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.