Latest Odisha News

BREAKING NEWS

ଦିଲ୍ଲୀ LNJP ହସ୍ପିଟାଲର ସେମିନାର ହଲରେ ନିଆଁ

ଦିଲ୍ଲୀ:ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡ଼ାକ୍ତରଖାନାରେ ଅଗ୍ନିକାଣ୍ଡ। ସୋମବାର ସକାଳେ ଏଲଏନଜେପି ହସ୍ପିଟାଲରେ ଥିବା ଏକ ସେମିନାର ହଲରେ ନିଆଁ ଲାଗିଯାଇଥିଲା। ୧୦ରୁ ଉର୍ଦ୍ଧ୍ବ ରୋଗୀ ଓ କର୍ମଚାରୀଙ୍କୁ ଡାକ୍ତର ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଅନ୍ୟ କୋଠରୀକୁ ସ୍ଥାନାନ୍ତର କରାଯାଇଥିଲା। ଏଥିରେ କୌଣସି କ୍ଷତି ହୋଇନଥିବା ବା କାହାର ଜୀବନ ହାନି ହୋଇନଥିବା ସୂଚନା ମିଳିଛି।

ହସ୍ପିଟାଲର ତଳ ମହଲାରେ ଥିବା ଜରୁରୀକାଳୀନ ୱାର୍ଡ଼ରେ ନିଆଁ ଲାଗିଯାଇଥିଲା। ଜରୁରୀକାଳୀନ ୱାର୍ଡ଼ର ସେମିନାର ହଲରେ ଥିବା ବ୍ୟାଟେରୀ ଓ ବୈଦ୍ୟୁତିକ ଚାର୍ଜିଂ ଉପକରଣରୁ ରାତିରେ ନିଆଁ ଲାଗିଥିବା ଦିଲ୍ଲୀ ଦମକଳ ବାହିନୀର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି। ସେ କହିଛନ୍ତି ୧୨ଟା ୨୦ ସମୟରେ ଏଲଏନଜେପି ହସ୍ପିଟାଲର ଜରୁରୀକାଳୀନ ୱାର୍ଡ଼ରେ ଅଗ୍ନିକାଣ୍ଡ ବିଷୟରେ ଆମକୁ କଲ ଆସିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇବା ସଙ୍ଗେ ସଙ୍ଗେ ୬ଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚିଥିଲା।

Leave A Reply

Your email address will not be published.