Latest Odisha News

BREAKING NEWS

ମନି ଲଣ୍ଡରିଂ ମାମଲା : ଚତୁର୍ଥ ଥର ଇଡିର ପଚରାଉଚରାରେ ସାମିଲ ହେଲେନି ଜ୍ୟାକଲିନ୍

ମୁମ୍ବାଇ : ପୁଣି ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ୍। ବଲିଉଡ୍ ବିୟୁଟି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୋମବାର ଦିନ ଇଡି ହାଜର ହେବାକୁ ସମନ କରିଥିଲା । ହେଲେ ଚତୁର୍ଥ ଥର ପାଇଁ ହେବାକୁଥିବା ପଚରା ଉଚରାରେ ସେ ସାମିଲ ହୋଇନଥିଲେ। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ହାଜିରାକୁ ଏଡାଇ ଦେଇଛନ୍ତି।

ଏହା ପୂର୍ବରୁ ସେ ତିନିଥର ଇଡିର ପଚରାଉଚରାରେ ସାମିଲ ହୋଇନଥିଲେ । ଅନ୍ୟପଟେ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପଚରାଉଚରା ସ୍ଥଗିତ ରଖିବାକୁ ଇଡିକୁ ଅନୁରୋଧ କରିଛନ୍ତି ଜ୍ୟାକଲିନ୍ । ବହୁ ଚର୍ଚ୍ଚିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଫସିଥିଲେ ଜ୍ୟାକଲିନ।

Leave A Reply

Your email address will not be published.