Latest Odisha News

BREAKING NEWS

କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ଜଳିଗଲା ୧୩ ଦୋକାନ

ପୁରୀ: କୋଣାର୍କ ମନ୍ଦିର ସାମ୍ନାରେ ବସିଥିବା ୧୩ଟି ଉଠା ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ରବିବାର ଦିନ ବିଳମ୍ବିତ ରାତିରେ ବାଉଁଶ ଜରିପାଲରେ ବନ୍ଧା ଅସ୍ଥାୟୀ ଦୋକାନ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା । ହସ୍ତଶିଳ୍ପ ଦୋକାନ ସହ କିଛି ଜଳଖିଆ ଦୋକାନ ମଧ୍ୟ ଜଳି ଯାଇଛି ।

ନିଆଁ ଲାଗିବା ପରେ ଦୋକାନରେ ଥିବା ଗ୍ୟାସ ଟାଙ୍କିରେ ମଧ୍ୟ ନିଆଁ ଲାଗି ବ୍ଲାଷ୍ଟ କରିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ପାଖରେ ଥିବା ଏସବିଆଇ ଏଟିଏମର ଗ୍ଲାସ ଡୋର ଭାଙ୍ଗିଯାଇଥିଲା ।

ସୂଚନାନୁସାରେ, ହଠାତ୍ ନିଆଁ ଲାଗିବା ପରେ କୋଣାର୍କ ଚମ୍ପା ହାର ଅଗ୍ନିଶମ ବିଭାଗକୁ କିଛି ଦୋକାନୀ ଫୋନ କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ୧୩ ଗୋଟି ଦୋକାନ ପୋଡି ପାଉଁଶ ଛାରଖାର ହୋଇଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି । ତେବେ ନିଆଁ କିପରି ଲାଗିଲା କାରଣ ସ୍ପଷ୍ଟ ହୋଇ ନାହିଁ ।

Comments are closed.