ନୂଆଦିଲ୍ଲୀ: ସକାଳଉ ସକାଳୁ ଭୟାବହ ଅଗ୍ନିକାଣ୍ଡ । ଦିଲ୍ଲୀ ଉଦୟନଗର ସ୍ଥିତ ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ନିଆଁ ଏତେ ଜୋରରେ ଲାଗିଛି ଯେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨୪ଟି ଟିମ୍ ପହଞ୍ଚିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ନିଆଁ ଲିଭା କାମ ।
Delhi: Fire fighting operations underway at a shoe factory in Udyog Nagar where a fire broke out this morning. 24 fire tenders are present at the spot, no casualties reported so far. pic.twitter.com/TBbGbDVMw3
— ANI (@ANI) June 21, 2021
ପ୍ରଥମେ ବାହାରୁ ନିଆଁକୁ କାବୁ କରିବା ପରେ ଫ୍ୟାକ୍ଟ୍ରି ଭିତରେ ପଶି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ ଟିମ୍ । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
Comments are closed.