Latest Odisha News

BREAKING NEWS

ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଭାରତ ୨୧୭, ନ୍ୟୁଜିଲାଣ୍ଡ ୧୦୧/୨

ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତୀୟ କ୍ରିକେଟ ଦଳର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨ ଉଇକେଟ ବିନିମୟରେ ୧୦୧ ରନ ସଂଗ୍ରହ କରି ନେଇଛି । ଟିମ୍ ଇଣ୍ଡିଆ ଏବେ ବି ୧୧୬ରନରେ ଆଗୁଆ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଅଧିନାୟକ କେନ ୱିଲିୟମସନ ୧୨ ଓ ରସ ଟେଲର ଖାତା ନ ଖୋଲି ଅପରାଜିତ ରହିଛନ୍ତି ।

ଡେଭନ କନୱେ ୫୪ ଓ ଟମ ଲାଥାମ ୩୦ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଁଏ ଉଇକେଟ ହାସଲ କରିଛନ୍ତି । କନୱେ କ୍ରମାଗତ ୩ଟି ଟେଷ୍ଟର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି ।

Leave A Reply

Your email address will not be published.