Latest Odisha News

BREAKING NEWS

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର : ହସ୍ପିଟାଲରେ ଲାଗିଲା ନିଆଁ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାଇଲେସିସ ଓ ସିଟି ସ୍କାନ କେନ୍ଦ୍ରରେ ନିଆଁ ଲାଗି ଯାଇଛି । ପ୍ରାୟ ୬ ଜଣ ଡାକ୍ତର ୨୦ର ଅଧିକ ମେଡିକାଲ କର୍ମଚାରୀ ପହଁଞ୍ଚି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ପ୍ରତେକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ସର୍ଟ ସର୍କିଟ କାଉଣରୁ ହସ୍ପିଟାଲରେ ନିଆଁ ଲାଗି ଚାରିଆଡେ ବ୍ୟାପୀ ଯାଇଥିଲା ।

ଏହି ନିଆଁ ଲାଗିବା ସମୟରେ ୧୧ ଜଣ ରୋଗୀ ଥିଲେ । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟପଟେ କିଛି ରୋଗୀ ମଧ୍ୟ ଏହି ନିଆଁ ଲାଗିବା ସମୟରେ ବେହୋସ ହୋଇପଡିଥିବା ଦେଖିବାକୁ ମିଳିଥିଲା ।ପରେ ହସ୍ପିଟାଲ କର୍ତ୍ତୁ ପକ୍ଷ ଅଗ୍ନିସମ ବାହିନୀକୁ ଖବର ଦେଇଥିଲେ ।ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବର୍ତମାନ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି।

Comments are closed, but trackbacks and pingbacks are open.