Latest Odisha News

BREAKING NEWS

[ଭିଡ଼ିଓ]ବ୍ୟାଟେରୀ ବାଇକ ସୋରୁମରେ ନିଆଁ, ୨୦ଟି ଇ-ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ରହିଥିବା ସତ୍ୟନାରାୟଣ ମୋଟର୍ସରେ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ସୋ ରୁମ୍ ଭିତରେ ୨୧ଟି ଇ ଭେଇକିଲ ରହିଥିଲା । ୨୦ଟି ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ବିରମହାରାଜପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ୨ଘଣ୍ଟା ଧରି ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନା ଅନୁସାରେ, ପ୍ରତିଦିନ ଭଳି ଦୋକାନ ବନ୍ଦ କରି ଦୋକାନ ମାଲିକ ଘରକୁ ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ସୋ ରୁମ୍ ଭିତରୁ ଧୁଆଁ ବାହାରୁଥିବା ଦେଖି କିଛି ଲୋକ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ । ମାଲିକ ସଟର ଖୋଲିବା ବେଳକୁ ଦୋକାନ ସାରା ନିଆଁ ଲାଗି ଯାଇଥିଲା । ମୋଟ୍ ୨୧ଟି ବାଇକରୁ ଗୋଟିଏ ବାଇକ୍ ବାହାର କରିପାରିଥିଲେ ।

Leave A Reply

Your email address will not be published.