ମୁମ୍ବାଇ: ମୁମ୍ବାଇ ସ୍ଥିତ ଜିଏସ୍ଟି ଭବନରେ ଆଜି ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମୁମ୍ବାଇର ଭାୟଖଲା ଅନ୍ତର୍ଗତ ମହାରାଣା ପ୍ରତାପ ଚୌକ ଠାରେ ଥିବା ଜିଏସ୍ଟି ଭବନର ୮ମ ମହଲାରେ ନିଆଁ ଲାଗିଛି । ଫଳରେ ଅନେକ ଲୋକେ କୋଠାରେ ଫଶି ରହିଥିବା ଅଶଙ୍କା କରାଯାଉଛି । ଏଥିସହ ନିଆଁ ଲାଗିବା ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ୮ଟି ଦମକଳ ଗାଡି ଓ ୱାଟର ଟାଙ୍କର ପହଂଚି ନିଆଁକୁ ଆୟତ କରୁଛନ୍ତି । ସେଠାରେ କୋଠାରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ସର୍ଟସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି ।
BREAKING NEWS
- Swami Avimukteshwaranand: ମୌନୀ ଅମାବାସ୍ୟାରେ ପ୍ରୟାଗରାଜରେ ବିଶୃଙ୍ଖଳା, ସ୍ନାନ କରିବାକୁ ମନା କଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ, ମାଡ଼ ମାରିବା ଅଭିଯୋଗ ଆଣିଲେ ଶିଷ୍ୟ…
- ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ
- କିମ୍ସରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର
- Republic Day 2026: ଭାରତ, ଚୀନ୍ ନା ଋଷିଆ; କେଉଁ ଦେଶର ସାମରିକ ପରେଡ୍ ଅଧିକ ସ୍ୱତନ୍ତ୍ର?
- କର୍ମଜୀବୀ ମହିଳାଙ୍କ ସୁବିଧା ପାଇଁ ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’, ବାଳାଶ୍ରମରେ ଉଦଘାଟନ ହେଲା ଆଧୁନିକ ରୋଷେଇ ଘର..
- Khamenei calls Trump Criminal: ଆମେରିକା ଉପରେ ଭଡକିଲେ ଖାମେନେଇ; କହିଲେ, “ଅପରାଧି ଟ୍ରମ୍ପ୍, ଇରାନକୁ ଗିଳିଦେବ…”
- BJP MP Residence Burgled: ଲୁଟି ନେଲେ ବିଜେପି ସାଂସଦଙ୍କ ଘର, ନେଇ ଗଲେ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା
- ଇରାନରେ ଖାମେନେଇଙ୍କ ୩୭ ବର୍ଷର ଶାସନ ଅନ୍ତ ହେବ କି? ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କଲେ…
- UPI ନେଇ ଘାରିଲାଣି ଚିନ୍ତା, ଏବେ ଶେଷ ହେବ କି ଫ୍ରୀ ପେମେଣ୍ଟ ଯୁଗ?
- Road Accident: ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଗୋଟିଏ ପରିବାରର ୭ ଗୁରୁତର
Comments are closed.