Latest Odisha News

BREAKING NEWS

ସିନେମାର ରୂପ ନେବ ହାଇଦ୍ରାବାଦ ପଶୁ ଡାକ୍ତରାଣୀଙ୍କ ହତ୍ୟା ଘଟଣା

ମୁମ୍ବାଇ: ଆଜିର ସମୟରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ମାନେ ରିୟଲ ଲାଇଫ କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହା ଲୋକପ୍ରିୟତା ସାଉଁଟିବା ନିର୍ଦ୍ଦେଶକ ମାନଙ୍କୁ ଲାଭାନ୍ବିତ ମଧ୍ୟ କରାଉଛି।

ନିକଟରେ ହାଇଦ୍ରାବାଦର ଭେଟେରିନାରି ଡାକ୍ତରଙ୍କ ବଳାତ୍କାର ପରେ ନିର୍ମମ ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ ହେଉଥିବା ଶୁଣୁବାକୁ ମିଳିଛି। ଏହାକୁ ବଲିଉଡର ଆଗ ଧାଡ଼ିର ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ନିର୍ଦେଶନା ଦେବା ନେଇ ଜଣାପଡିଛି।

ଏନେଇ ରାମ ଗୋପାଳ ହାଇଦ୍ରାବାଦର ଶମଶାବାଦ ଏସିପିଙ୍କୁ ଦେଖା କରିବାକୁ ଯାଇଥିବା ମଧ୍ୟ ବିଶେଷ ସୂତ୍ରରୁ ଖବର ମିଳିଛି। ଏସିପିଙ୍କ ସହ ଦେଖାକରି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ସେ କହିଛନ୍ତି। ସଠିକ୍‌ ତଥ୍ୟ ସଂଗ୍ରହ ପରେ ଏହା ତାଙ୍କ ସ୍କ୍ରିପ୍ଟ ପାଇଁ ସାହାଯ୍ୟ କରିବ ବୋଲି ରାମ ଗୋପାଳ ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର ନାମ ରଖାଯିବ ‘ଦିଶା’ ।

ହାଇଦ୍ରାବାଦର ଏହି ବହୁ ଚର୍ଚ୍ଚିତ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

Leave A Reply

Your email address will not be published.