Latest Odisha News

BREAKING NEWS

କୋଲକାତା ଅନ୍ତର୍ଜାତୀୟ ବିମାନ ବନ୍ଦର ଭିତରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ଭିତରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଅଗ୍ନିଶମ ବିଭାଗର ୬ ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ବିମାନବନ୍ଦରରେ ଧୂଆଁ ବାହାରିବା କାରଣରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। କୋଲକାତା ବିମାନବନ୍ଦରର ଚେକ୍ ଇନ୍ କାଉଣ୍ଟରରେ ଏହି ଅଗ୍ନିକାଣ୍ଡ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ବିମାନ ବନ୍ଦରର ଟର୍ମିନାଲକୁ ଖାଲି କରିଦିଆଯାଇଛି ଏବଂ ବିମାନ ସେବା ସାମୟିକ ଭାବେ ବନ୍ଦ କରିଦିଆଯାଇଛି।

ନିଆଁର ଉତ୍ସ ଏକ କନଭେୟର ବେଲ୍ଟ ଥିଲା ଯେଉଁଠାରେ ଆସୁଥିବା ଯାତ୍ରୀଙ୍କ ବ୍ୟାଗକୁ ବାହାର କରାଯାଇଥାଏ। ପ୍ରସ୍ଥାନ କ୍ଷେତ୍ରର ନିକଟବର୍ତ୍ତୀ ଏବଂ ଗେଟ୍ ୩ ସି ନିକଟରେ ନିଆଁ ଲାଗିଥିଲା।

ରାତି ପ୍ରାୟ ୯ଟା ୨୦ରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଟର୍ମିନାଲ ବିଲ୍ଡିଂ ଭିତରେ ଧୂଆଁ ଭରି ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା।

ବିମାନବନ୍ଦରର କର୍ମଚାରୀମାନେ ପ୍ରଥମେ ଚେକ ଇନ ଏରିଆକୁ ଖାଲି କରିଦେଇଥିଲେ। କାରଣ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ଗାଡ଼ି ବିମାନବନ୍ଦରରେ ପହଞ୍ଚିଥିଲେ।

Leave A Reply

Your email address will not be published.