Latest Odisha News

ଦୁଲୀପ ଟ୍ରଫି: ପୂର୍ବାଂଚଳ ଦଳରେ ଓଡିଶାର ଶାନ୍ତନୁ, ସୂର୍ଯ୍ୟକାନ୍ତ ଷ୍ଟାଣ୍ଡବାଇ

ଭୁବନେଶ୍ୱର: ବାଙ୍ଗାଲୋରରେ ଜୁନ ୨୮ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଦୁଲୀପ ଟ୍ରଫି ଆୟୋଜିତ ହେବ । ଏ ନେଇ ବୁଧବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ଘୋଷିତ ଦଳରେ ଓଡିଶାର ଓପନର ଶାନ୍ତନୁ ମିଶ୍ରଙ୍କ ସ୍ଥାନ ମିଳିଛି । ରଣଜୀ ଟ୍ରଫିରେ ସେ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ୨୯ ବର୍ଷୀୟ ଶାନ୍ତନୁ ଗୋଟିଏ ଦ୍ୱିଶତକ ସହ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ । ମିଡିୟମ ପେସ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି ବୋଲି ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ଥର ପାଇଁ ଦୁଲୀପ ଟ୍ରଫି ଜୁନ ଶେଷ ଭାଗରେ ଅନୁଷ୍ଠିତ ହେଉଛି । ଏହି ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପଂହଚିବାକୁ ଥିବାରୁ କେତେକ ମ୍ୟାଚ ନିଶ୍ଚିତ ଭାବେ ବାଧାପ୍ରାପ୍ତ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ଏହି ସମୟରେ କେବେ ହେଲେ ଦୁଲୀପ ଟ୍ରଫି ଆୟୋଜିତ ହୋଇ ନ ଥିଲା । ଶାନ୍ତନୁଙ୍କ ପାଇଁ ଦୁଲୀପ ଟ୍ରଫି ଅଗ୍ନିପରୀକ୍ଷା ସଦଶୃ । ବିସିସିଆଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଥିବାରୁ ଏହାର ଫାଇନା ଶାନ୍ତନୁ ଉଠାଇବା ଉଚିତ ହେବ ।

Leave A Reply

Your email address will not be published.