Latest Odisha News

BREAKING NEWS

ରାଜଧାନୀ ୮ ନଂ ୟୁନିଟ୍ ଏନଏଚଏମ ଅଫିସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀ ୮ ନଂ ୟୁନିଟସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) କାର୍ଯ୍ୟାଳୟର ୨ୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ଶନିବାର ଦିନ ଏହା ରାଜଧାନୀର ୨ୟ ଅଗ୍ନିକାଣ୍ଡ ଘଟଣା । ଆଜି ଦିବସର ଆରମ୍ଭରେ ଗଜପତି ନଗରରେ ଥିବା ଆପୋଲୋ ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିଯାଇଥିଲା ।

ତେବେ ଏନଏଚଏମ କାର୍ଯ୍ୟାଳୟରେ ଘଟିଥିବା ଏହି ଅଗ୍ନିକାଣ୍ଡ ଯୋଗୁଁ ଅଫିସ ମଧ୍ୟରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ସାଙ୍ଗକୁ ଶତାଧିକ ଦରକାରୀ ଡ଼କୁମେଣ୍ଟନିଆଁରେ ଜଳି ଯାଇଥିବାର ସୂଚନା ହସ୍ତଗତ ହୋଇଛି ।

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଏକାଧିକ ଦମକଳ ଗାଡ଼ି ନିୟୋଜିତ ହୋଇ ଅଗ୍ନିକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତର ଖବର ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ଅଗ୍ନିକାଣ୍ଡର ସଠିକ୍ କାରଣ ସମ୍ପର୍କରେ ସ୍ପଷ୍ଟ ଭାବେ ଜଣା ପଡ଼ିନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବାର ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି ।

Leave A Reply

Your email address will not be published.