Latest Odisha News

BREAKING NEWS

ରାୟଗଡା: ପେପର ପ୍ଲେଟ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ରାୟଗଡା : ରାୟଗଡା ସହର ଉପକଣ୍ଠସ୍ଥ ଏକ ପେପର କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ ଟା ସମୟରେ ଲୋହିତ କଲୋନୀ ନିକଟସ୍ଥ ସାଇ ପେପର୍ ପ୍ଲେଟ୍ କାରଖାନାରେ ଧୂଆଁ ବାହାରୁଥିବା ନେଇ ଦେଖିବାକୁ ମିଳିଥିଲା ।

ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇଟି ଦଳକଳ ଗାଡ଼ି ମାଧ୍ୟମରେ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ ।

ଅନ୍ୟପକ୍ଷରେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ସେନେଇ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗର କର୍ତ୍ତୃପକ୍ଷ ।

Leave A Reply

Your email address will not be published.