Latest Odisha News

BREAKING NEWS

ଭୁବନେଶ୍ୱରରେ ପହଞ୍ଚିଲେ ଏ ଆର ରେହମାନ୍; ଚୀନ୍ ଓ ସ୍ପେନ ଦଳ ମଧ୍ୟ ଆସିଲେ

ଭୁବନେଶ୍ୱର : ହକି ବିଶ୍ୱକପକୁ ଆଉ କିଛିଦିନ ବାକି ରହିଥିବାବେଳେ ଶୁକ୍ରବାର ଦିନ ଓସ୍କାର ପୁରସ୍କାର ପ୍ରାପ୍ତ ସଙ୍ଗୀତଜ୍ଞ ଏ ଆର୍ ରେହମାନ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ନଭେମ୍ବର ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ -୨୦୧୮ର ଉଦଘାଟନୀ ସମାରୋହରେ ସଙ୍ଗୀତ ପରିବେଶନ କରିବାର କାର୍ଯ୍ୟକ୍ରମ ରହିଛି । ତା ପରଦିନ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ବିଶ୍ୱ କପ୍ ସମାରୋହରେ ଯୋଗ ଦେଇ ସଙ୍ଗୀତ ପରିବେଶନ କରିବେ ।

ଏହି ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଓଡିଶାରେ ହେଉଛି ପ୍ରଥମ କାର୍ଯ୍ୟକ୍ରମ । ରେହମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରବର୍ତ୍ତୀ ସମୟରେ ଏ ଆର ରେହମାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଭେଟି ଆଲୋଚନା କରିଥିଲେ ।

ଆହୁରି ମଧ୍ୟ ହକି ବିଶ୍ୱକପ ଯେତିକି ଯେତିକି ପାଖେଇ ଆସୁଛି ରାଜଧାନୀ ବାସୀଙ୍କ ଉତ୍ସାହ ବଢିବାରେ ଲାଗିଛି । ସେହିପରି ଆଜି ଚୀନ୍ ଓ ସ୍ପେନ ଦଳ ମଧ୍ୟ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ଏହାକୁ ନେଇ ହକି ଇଣ୍ଡିଆ ଏକ ଟ୍ୱିଟ୍ କରି ଦୁଇ ଦେଶର ଟିମକୁ ସ୍ୱାଗତ ଜଣାଇଛନ୍ତି ।

ଅନ୍ୟ ଏକ ଟ୍ୱିଟ୍ କରି ସ୍ପେନୀୟ ଅଧିନାୟକ ମିଗୁଏଲ ଡେଲାସ ହକି ଇଣ୍ଡିଆରେ ଟ୍ୱିଟ୍ ସେୟାର କହିଛନ୍ତି “ ଆମେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ଖୁବ୍ ଉତ୍ସାହିତ ଏବଂ ପୁରୁଷ ବିଶ୍ୱ କପ୍ ହକିରେ ଉନ୍ନତ ଖେଳ ପ୍ରଦର୍ଶନ କରିବୁ” ।

ପୂର୍ବରୁ ବିଶ୍ୱକପରେ ୧୬ ଦଳ ମଧ୍ୟରୁ ବୁଧବାର ଦୁଇଟି ବିଦେଶୀ ଦଳ ଯଥା ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ଓ ବିଶ୍ୱ ମାନ୍ୟତାର ପଞ୍ଚଦଶ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଭୁବନେଶ୍ବର ପହଞ୍ଚି ଯାଇଛନ୍ତି ।

ଗୁରୁବାର ଏଥିରେ ଫ୍ରାନ୍ସ ସାମିଲ ହୋଇ ଆର୍ଜେଣ୍ଟିନା ଦଳ ବୁଧବାର ସକାଳ ୯ଟାରେ ପହଞ୍ଚିବା ପରେ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲା। ଦକ୍ଷିଣ ଆଫ୍ରିକା ଗତକାଲି ରାତି ୯ଟାରେ ପହଞ୍ଚିବା ପରେ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍ ଯାଇ ଅଭ୍ୟାସ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.