Latest Odisha News

ରାଉରକେଲା ଷ୍ଟିଲ ପ୍ଲାଣ୍ଚରେ ଅଗ୍ନିକାଣ୍ଡ

ରାଉରକେଲା: ବିଳମ୍ବିତ ରାତିରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଛି । ଆରଏସପିର SMS-୨ରେ ସ୍ଲାଗ ବଏଲର ଫାଟି ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ସ୍ଲାଗ ବଏଲର କଣ୍ଟ୍ରୋଲ ରୁମ୍‌ର ଅନେକ ଯନ୍ତ୍ରପାତି, ବିଦ୍ୟୁତ୍ ସରଞ୍ଜାମ ପୋଡ଼ି ଯାଇଛି । ତେବେ ଏଥିରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇ ନାହିଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତତ୍ କରିଥିଲେ । କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆରଏସପି ସିଇଓ । ୪ ଜଣ ସିଜିଏମ୍ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବେ । ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.