Latest Odisha News

ଏସବିଆଇ ଶାଖାରେ ଭୟାବହ ଅଗ୍ନିକାଣ୍ଡ

ଆନନ୍ଦପୁର: ଏସବିଆଇ ବ୍ୟାଙ୍କ ଭିତରେ ଭୟାବହ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ଥାନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଏହି ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ବ୍ୟାଙ୍କ ଫିଲ୍ଡ ଅଫିସରଙ୍କ ପ୍ରକୋଷ୍ଠର କିଛି କାଗଜ ପତ୍ର ସହ ଏକ କମ୍ପ୍ୟୁଟର ପୋଡିଯାଇଛି।

ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଶାଖା କାର୍ଯ୍ୟାଳୟରୁ ଧୂଆଁ ବାହାରୁ ଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ। ଏଥି ସହିତ ଅଗ୍ନିଶମ ବାହୀନିକୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦୁଇଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁଲିଭା କାର୍ଯ୍ୟରେ ୨ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି।

ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ବ୍ୟାଙ୍କରେ କେତେ କ୍ଷୟକ୍ଷତି ହୋଇଛି ତାହାର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନି। କିନ୍ତୁ ଅଗ୍ନିକାଣ୍ଡରେ ବ୍ୟାଙ୍କ ଫିଲ୍ଡ ଅଫିସରଙ୍କ ପ୍ରକୋଷ୍ଠର କିଛି କାଗଜ ପତ୍ର ସହ ଏକ କମ୍ପ୍ୟୁଟର ପୋଡିଯାଇଛି।

Leave A Reply

Your email address will not be published.