Latest Odisha News

BREAKING NEWS

ବୃଦ୍ଧ ସେବା ସଦନରେ ଅଗ୍ନିକାଣ୍ଡ : ୨ ଜଣଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ୧୩ ଜଣ

ଦିଲ୍ଲୀ: ଦିଲ୍ଲୀର ଗ୍ରେଟର କୈଳାଶସ୍ଥିତ ଅନନ୍ତ କେୟାର ନାମକ ବୃଦ୍ଧ ସେବା ସଦନରେ ଅଗ୍ନିକାଣ୍ଡ । ନିଆଁ ଭୟରେ ଦୌଡ଼ାଦୌଡ଼ିରେ ଚାଲିଗଲା ୨ ବୃଦ୍ଧାଙ୍କ ଜୀବନ । ଆଜି ଭୋର ସାଢେ ୫ଟାରେ ବିଲ୍ଡିଂର ୩ୟ ମହଲାରେ ଲାଗିଥିଲା ନିଆଁ । ଏଥିରେ ଦୁଇ ଜଣ ବୃଦ୍ଧା ପ୍ରାଣ ହରାଇଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୯୨ ଓ ୮୬ ବର୍ଷ ।

ଅଗ୍ନିଶମ ବିଭାଗକୁ ନିଆଁ ଲାଗିବା ନେଇ ସୂଚିତ କରାଯାଇଥିଲା । ତୁରନ୍ତ ନିଆଁକୁ କାବୁ କରାଯିବାରୁ ୧୩ ଜଣଙ୍କୁ ନିଆଁର ଲେଲିହାନରୁ ବଞ୍ଚାଇପାରିଥିଲେ ଫାୟାର ଫାଇଟର । ୧୩ଜଣଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇପାରିଥିଲେ ଅଗ୍ନିଶମ କର୍ମଚାରୀ । ସକାଳ ୭ଟାରେ ସମ୍ପୂର୍ଣ୍ଣ ଭାବେ ନିଆଁକୁ ଆୟତ୍ତ କରାଯାଇପାରିଥିଲା ।

ମୃତାହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ନିଆଁ ଲାଗିବାର କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି । ସେବା ସଦନର ଏନଓସିର ବୈଧତା ଯାଞ୍ଚ କରାଯାଉଛି  ବୋଲି ସାଉଥ ଦିଲ୍ଲୀ ପୋଲିସ କମିଶନର ଚନ୍ଦନ ଚୌଧୁରୀ କହିଛନ୍ତି । ନିଆଁ ଲାଗିବା କଥା ଜାଣିବା ପରେ ଦୌଡ଼ାଦୌଡ଼ି ହେବାରୁ ୨ ଜଣ ଦଳଚକଟାରେ ମୃତ୍ୟୁବରଣ କରିଥିବା ସେ ପ୍ରାଥମିକ ତଦନ୍ତରୁ କହିଛନ୍ତି ।

Leave A Reply

Your email address will not be published.