Latest Odisha News

BREAKING NEWS

ରଣବୀରଙ୍କ ଆନିମଲର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁରଙ୍କ ବହୂ ପ୍ରତୀକ୍ଷୀତ ଆନିମଲ ଚଳଚ୍ଚିତ୍ରର ପାଷ୍ଟ ଲୁକ ଜାରୀ ହୋଇଛି । ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏଷ୍କୁ ଶେୟାର କରିଛନ୍ତି । ରଣବୀର ହାତରେ କୁରାଢ଼ୀ, ସିଗାରେଟ ଧରିଥିବା ବେଳେ ତାଙ୍କ ପୋଷାକ ରକ୍ତ ଜୁଡୁବୁଡୁ ହୋଇଥିବା ଦେଖିବାକୁ ମିଳିଛି । ରଣବୀରଙ୍କ ଏହି ଭୟଙ୍କର ଲୁକକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ୨୦୨୩ ଅଗଷ୍ଟ ୧୧ରେ ଏହି ଫିଲ୍ମ ରିଲିଜ ହେବ । ରଣବୀର ଓ ସାଉଥ ସେନେଶେସନ ରଶ୍ମିକା ମନ୍ଦନାଙ୍କ ଯୋଡି ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହିଥିବା ଜଣାପଡିଛି ।

ଏହା ବ୍ୟତୀତ ଅନୀଲ କାପୁର ଓ ବବି ଦେଓଲଙ୍କ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଜଣାପଡିଛି । ସନ୍ଦୀପ ରେଡ୍ଡୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଶମସେରା ଫିଲ୍ମ ଫ୍ଲପ ହେବା ପରେ ରଣବୀରଙ୍କ ବ୍ରହ୍ମାସ୍ତ୍ର ବକ୍ସଅଫିସରେ ଠିକଠାକ ବ୍ୟବସାୟ କରିଥିଲା । ଏବେ ସମସ୍ତଙ୍କ ନଜର ଆନିମଲ ଉପରେ ରହିଛି । ଏହା ରଣବୀରଙ୍କ କ୍ୟାରିୟର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Leave A Reply

Your email address will not be published.