Latest Odisha News

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଘଟଣ । ମେଡିକାଲର କାଜୁଆଲଟିରେ ଅଗ୍ନିକାଣ୍ଡ ଘଟିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ମେଡିକାଲର କାଜୁଆଲଟିରେ କେଉଁ କାରଣରୁ ନିଆଁ ଲାଗିଯାଇଥିଲା ଚାହୁଁ ଚାହୁଁ ଏହା ହଠାତ୍ ବ୍ୟାପିଯାଇଥିଲା । ପ୍ରବଳ ଧୂଆଁ ବାହାରୁଥିବା ଦେଖି ମେଡିକାଲ ପରିସରରେ ହୋହଲ୍ଲା ଦେଖାଯାଇଥିଲା । ଏହାପରେ ଅଗ୍ନିଶମକୁ ଖବର ଦିଆଯାଇଥିଲା ଖବରପାଇ ପହଞ୍ଚି ବହୁ କସରତ ପରେ ନିଆଁକୁ ଆୟତ୍ତ କରିଥିଲେ ।

ସୁରକ୍ଷା ଦୃଷ୍ଟିରୁ ରୋଗୀଙ୍କୁ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ସୁରକ୍ଷା କର୍ମୀମାନେ ନିଆଁକୁ ଆୟତ୍ତ କରିଦେଛନ୍ତି । କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.