Latest Odisha News

ଫାଇନାନ୍ସ କମ୍ପାନୀରେ ଲାଗିଲା ନିଆଁ

ବାଲେଶ୍ୱର : ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଏକ ଘରୋଇ ଫାଇନାନ୍ସ୍ କମ୍ପାନୀ ଅନ୍ନପୂର୍ଣ୍ଣା ଫାଇନାନ୍ସରେ ଅଗ୍ନିକାଣ୍ଡ ହୋଇଛି । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବାର ଅନୁମାନ କରାଯାଉଥିଲେ ମଧ୍ୟ ସତ୍ୟସତ୍ୟତା କିଛି ଜଣା ପଡିନାହିଁ । ଅଫିସ୍ ଭିତରର ସବୁ କିଛି ପୋଡ଼ି ନଷ୍ଟ ହୋଇଯାଇଛି । ସକାଳ ସମୟରେ ନିଆଁ ଲାଗିଥିବାର ଦେଖି କର୍ମଚାରୀ ମାନେ ଦମକଳ ବାହିନୀକୁ ଫୋନ୍ କରିଥିଲେ । ଘଟଣାସ୍ଥଳୀରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ତେବେ ସୂଚନା ପାଇ ପୂର୍ବରୁ କର୍ମଚାରୀମାନେ ଅଫିସ୍ ୮ ଟା ବେଳେ ପହଞ୍ଚି ଯିବା ସହ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଏହା  ସହିତ ଟିପିସିଓଡିଏଲ୍ କର୍ମଚାରୀଙ୍କୁ ମଧ୍ୟ ଖବର ଦେଇଥିଲେ ।

ଘଟଣାସ୍ଥଳୀରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଥିଲେ ମଧ୍ୟ କମ୍ପାନୀ ରେ ଥିବା ସମସ୍ତ ଜରୁରୀ କାଗଜ ପତ୍ର, କମ୍ପ୍ୟୁଟର୍ ଓ ବିଭିନ୍ନ ଚୁକ୍ତି ପତ୍ର ସମ୍ପର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ନିଆଁ ଅତି ତୀବ୍ରତର ହୋଇଥିବାରୁ କେହି ଭିତରେ ପଶିପାରିନଥିଲେ । ଆନୁମାନିକ ନଷ୍ଟ ହୋଇଥିବା ଆସବାବ ପତ୍ରର ମୂଲ୍ୟ ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି କମ୍ପାନୀ କର୍ମଚାରୀ କହିଛନ୍ତି । ଯଦିଓ ପ୍ରାରମ୍ବିକ ସୂଚନା ଅନୁଯାୟୀ ନିଆଁ ଲାଗିବାର କାରଣ ସର୍ଟସର୍କିଟ କୁହାଯାଉଥିବା ବେଳେ, ଏହାର ସଠିକ୍ କାରଣ ଏବେ ପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି  ।

Leave A Reply

Your email address will not be published.