Latest Odisha News

ଖଲ୍ଲିକୋଟ ହିଂସା ଘଟଣା; ତଦନ୍ତ କରିବ ଏସଆଇଟି

ଗଞ୍ଜାମ: ଖଲ୍ଲିକୋଟ ରାଜନୈତିକ ହିଂସା ଘଟଣାର ତଦନ୍ତ କରିବ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) । ଏନେଇ ପୁଲିସ ଡିଜି ଅରୁଣ ଷଡଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ । ଏସଆଇଟି ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବ ବୋଲି ସୂଚନା ରହିଛି ।

ଅତିରିକ୍ତ ଡିଜିପି ଆରକେ ଶର୍ମା ଗଞ୍ଜାମର ଛତ୍ରପୁରଠାରେ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବେ । ଏନେଇ ପୁଲିସ ଡିଜି ସୂଚନା ଦେଇଛନ୍ତି । ଗତକାଲି ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪୪ ଧାରା ଜାରି ହୋଇଥିଲା ।

Leave A Reply

Your email address will not be published.