Latest Odisha News

BREAKING NEWS

ମହାକାଳପଡ଼ାରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ ବଖରା ଘର

ମହାକାଳପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଗୟାସପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ମହାକାଳପଡ଼ା ଗୟାସପୁର ଗାଁର ସୁଲେଖ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପ୍ରଥମେ ନିଆଁ ଲାଗିଥିବା ଜଣାପଡିଛି । ଏହା ପରେ ଏହି ନିଆଁ ଭୟଙ୍କର ରୂପ ନେବା ସହ ପଡୋଶୀ ବିଜୟ ସେଠୀ ଓ ଅନ୍ୟ ବ୍ୟକ୍ତିଙ୍କ ଘରକୁ ମଧ୍ୟ ବ୍ୟାପି ଯାଇଥିଲା।

ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଙ୍କୁ ଆୟତ୍ତ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ।

Leave A Reply

Your email address will not be published.