Latest Odisha News

ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ, ଆଇସିୟୁରେ ଲାଗିଛି ନିଆଁ

କଟକ: କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ୩ୟ ମହଲାରେ ନିଆଁ । ୩ୟ ମହଲାରେ ଥିବା ଆଇସିୟୁରେ ଲାଗିଛି ନିଆଁ। ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ୩ୟ ମହଲାରୁ ସିଡ଼ି ଲଗାଇ ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଉଛି । ଉଦ୍ଧାର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି ।

ସୂଚନା ଅନୁସାରେ, ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ୩ୟ ମହଲାରେ ନିଆଁ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି । ତେବେ ନର୍ସିଂହୋମରେ ନିଆଁ କେମିତି ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସିଡି ଯୋଗେ ଗୁରୁତର ରୋଗୀ ମାନଙ୍କୁ ଉଦ୍ଧାର କରାଯାଇ ସିଧାସଳଖ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଉଛି । ସମସ୍ତ ରୋଗୀଙ୍କୁ ମିଶାଇ ନର୍ସିଂହୋମର ଅନ୍ୟ ସମସ୍ତ ଷ୍ଟାଫ୍ ମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି ।

 

Comments are closed.