Latest Odisha News

BREAKING NEWS

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନକଟରେ ଭୟଙ୍କର ଅଗ୍ନିକାଣ୍ଡ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନକଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳି ଉଠିଲା ରାଜଧାନୀ ଇମ୍ଫାଲରେ ଥିବା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ସରକାରୀ ଆବାସ ପାଖରେ ଥିବା ଏକ ଘର। ଗତକାଲି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ପୂର୍ବତନ ଆଇଏଏସ ଅଧିକାରୀଙ୍କ ଘର ଜଳି ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଅଗ୍ନିକାଣ୍ଡ ଘଟିଥିବା ଘରଟି ହେଉଛି ଗୋଆର ପୂର୍ବତନ ମୁଖ୍ୟ ସଚିବ ଥାଙ୍ଗଖୋପାଓ କିପଗେନଙ୍କର ଅଟେ। ପୂର୍ବତନ ଆଇଏଏସ୍ ଅଧିକାରୀ କିପଗେନଙ୍କ ୩ ମାର୍ଚ୍ଚ ୨୦୦୫ ରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ସଦସ୍ୟ ଏହି ଘରେ ରହୁଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କ ସରକାରୀ ବଙ୍ଗଳାଠାରୁ ମାତ୍ର କିଛି ଶହ ମିଟର ଦୂରରେ ଏହି କୋଠା ରହିଛି। ଅଗ୍ନିକାଣ୍ଡ ଖବର ପାଇବା ପରେ ୪ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଖୋଜୁଛି ପୋଲିସ । ସର୍ଟ ସର୍କିଟ ସମେତ ପରିସ୍ଥିତିର ଅନୁସନ୍ଧାନ ପାଇଁ ଏକ ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ପୋଲିସ କହିଛି।

 

Leave A Reply

Your email address will not be published.