Latest Odisha News

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ

ପୁରୀ: ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ । ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଭୋର୍ ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ  ଘଟଣା ସ୍ଥଳରେ ପହଁଞ୍ଚି ନିଆଁ ଆୟତ୍ତ କରିଛି । କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଥାଉକି , ବୁଧବାର ରାତିରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିବାବେଳେ ହଠାତ୍ ବାଣ ବିସ୍ଫୋରଣ ହୋଇଥିଲା । ଫଳରେ ୩୦ରୁ ଅଧିକ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।ଏଥିରେ ଚିକିତ୍ସାଧୀନ ଅବସ୍ଥାରେ ୬ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.